ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଶୁଭ ସକାଳ

1-“ବୟସ ବଢିଲେ – କର୍ତ୍ତବ୍ଯ ବଢେ
କର୍ତ୍ତବ୍ୟ ବଢିଲେ – ଦାୟିତ୍ବ ବଢେ
ଦାୟିତ୍ବ ବଢିଲେ – ଜଞ୍ଜାଳ ବଢେ
ଜଞ୍ଜାଳ ବଢିଲେ – ଚିନ୍ତା ବଢେ
ବୟସ ବଢିବା ସହିତ ସବୁ ବଢିଯାଏ କିନ୍ତୁ ଆୟୁଷ କମିଯାଏ
ଏଇତ ଜୀବନ

2-“ଯଦି ନିଜେ ଦୌଡିପାରୁ ନାହିଁ ,ତେବେ ନ ଦୌଡ;କିନ୍ତୁ ଯେଉଁମାନେ ଦୌଡୁଛନ୍ତି ସେମାନଙ୍କ ଗୋଡ ଟାଣ ନାହିଁ !!”

3-କଥାରେ ଅଛି —–
ପର ଲୁଗା ପିନ୍ଧି ହାଟକୁ ଯାଏ
ଲୋକ ପଚାରିଲେ ମୁଣ୍ଡ ଟୁଙ୍ଗାରିଥାଏ —
“ସେହିପରି ଅନ୍ୟ ଉପରେ ଆଶା ଭରଷା କରି ଦୁଃଖ ପାଇବା ଅପେକ୍ଷା ଈଶ୍ବର ଯାହା ଦେଇଛନ୍ତି ସେଥିରେ ଚଳିଯିବା ହିଁ ଭଲ !!”

4-“ନିଜ କର୍ମ ଉପରେ ବିଶ୍ବାସ ରଖ,ରାଶିଫଳ ଉପରେ ନୁହେଁ,ରାଶି ତ ରାମ ଆଉ ରାବଣର ମଧ୍ୟ ଗୋଟିଏ ଥିଲା,କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲେ — !!”

5-“ସମ୍ପର୍କ ଗଢିବାର ଅଛି ତ ହୃଦୟରୁ ସମ୍ପର୍କ ଗଢ Time pass ପାଇଁ ମିଛ ଅଭିନୟ କରନ୍ତୁ ନାହିଁ !!”

Show More

Related Articles

Back to top button