ବାଣିଜ୍ୟ

ବିକ୍ରି ହେବ ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ କ୍ୟାପିଟାଲ’

ଋଣରେ ବୁଡ଼ି ଯାଇଥିବା ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ କ୍ୟାପିଟାଲ’ ବିକ୍ରି ହେବ।

ଏଥିଲାଗି ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକ ଶୁକ୍ରବାର ଠାରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ରିଲାଏନ୍ସ କ୍ୟାପିଟାଲର ବିକ୍ରି ଲାଗି ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ (ଇଓଆଇ) ଆମନ୍ତ୍ରିତ କରାଯାଇଛି। ଏଥିରୁ କେଉଁ କମ୍ପାନୀମାନେ ଏହାକୁ କିଣିବାକୁ ଆଗ୍ରହୀ ତାହା ଜଣାପଡିବ। ନିୟାମକ ଫାଇଲିଂରେ ରିଲାଏନ୍ସ କ୍ୟାପିଟାଲ ଇଓଆଇ ଜମା କରିବାର ଶେଷ ତାରିଖ ମାର୍ଚ୍ଚ ୧୧ ତାରିଖକୁ ଧାର୍ଯ୍ୟ ହୋଇଥିବା କହିଛନ୍ତି। ତେବେ ରିଲାଏନ୍ସ କ୍ୟାପିଟାଲଙ୍କ ସମାଧାନ ଯୋଜନା ପ୍ରସ୍ତୁତ ଲାଗି ଶେଷ ତାରିଖ ଏପ୍ରିଲ ୨୦ ତାରିଖ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହା ଦେଶର ତୃତୀୟ ବୃହତ୍ତ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି) ଯାହାଙ୍କ ବିରୋଧରେ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଇନସଲଭେନ୍ସି ଓ ବ୍ୟାଙ୍କରପସୀ କୋଡ (ଆଇବିସି) ରେ ଇନସଲଭେନ୍ସୀ ପ୍ରକ୍ରିଆ ଆରମ୍ଭ କରିଛନ୍ତି।

ଗତ ନଭେମ୍ବର ୨୯ ତାରିଖରେ ଆରବିଆଇ ରିଲାଏନ୍ସ କ୍ୟାପିଟାଲର ବୋର୍ଡ ଭଙ୍ଗ କରିଥିଲେ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ରଙ୍କ ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ପ୍ରଶାସକ ନିଯୁକ୍ତ କରିଥିଲେ। ଏହା ସହ ଆରବିଆଇ ପ୍ରଶାସକଙ୍କୁ ସହଯୋଗ କରିବା ଲାଗି ଏକ ୩ ସଦସୀୟ ପ୍ୟାନେଲ ମଧ୍ୟ ଗଠନ କରିଥିଲେ। ତେବେ ଅନୀଲ ଅମ୍ବାନୀଙ୍କ ବିରୋଧରେ ଋଣ ପୈଠ କରିବାରେ ବିଫଳତା ସମେତ କମ୍ପାନୀ ପରିଚାଳନା ସମ୍ପର୍କିତ ଅନେକ ଗୁରୁତର ଅଭିଯୋଗ ରହିଛି।

Show More

Related Articles

Back to top button