Breaking PLUSଓଡ଼ିଶାମୁଖ୍ୟ ଖବର

ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି

ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି କବିତାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ଘର ସମେତ ୬ଟି ସ୍ଥାନରେ ଚଢ଼ାଉ ବେଳେ ତାଙ୍କର ୪ କୋଟି ଟଙ୍କାର ସଂପତ୍ତି ଭିଜିଲାନ୍ସ ଦ୍ୱାରା ଠାବ କରାଯାଇଥିଲା । କବିତାଙ୍କର ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ କୋଠା ଠାବ ହୋଇଛି । ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି ।

ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ପ୍ଲଟ୍ । ସେହିପରି ଜଗତସିଂହପୁରରୁ ୩ଟି ଏବଂ ବାଲିଅନ୍ତାରୁ ଗୋଟିଏ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି । ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି । ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି । ଆଜି ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନ୍ସପେର ରେଡ୍‌ କରିଥିଲେ ।

Show More

Related Articles

Back to top button