Breaking PLUSଓଡ଼ିଶାମୁଖ୍ୟ ଖବର

ଜରୁରୀକାଳୀନ ସେବା ପାଇଁ ଏକକ ଫୋନ୍‌ ନମ୍ବର ୧୧୨

ଏବେ ଜରୁରୀକାଳୀନ ସେବା ପାଇଁ ସରକାର ଏକକ ଫୋନ ନମ୍ବର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ନାଗରିକ-କେନ୍ଦ୍ରିତ ପ୍ରଶାସନରେ ୫-ଟି ସୂତ୍ର ପ୍ରୟୋଗର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଏହା ଫଳରେ ଜଣେ ନାଗରିକଙ୍କୁ ବିଭିନ୍ନ ଜରୁରୀ ସରକାରୀ ସେବା ପାଇଁ ଆଉ ‌ଅନେକ ଗୁଡିଏ ନମ୍ବର ମନେ ରଖିବାକୁ ପଡ଼ିବ ନାହିଁ । ନୂଆ ନମ୍ବର ୧୧୨କୁ ଫୋନ କଲେ ସମସ୍ତ ଜରୁରୀ ସେବା ମିଳିପାରିବ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀକାଳୀନ ସେବା ଯୋଗାଣ ସମ୍ବନ୍ଧୀୟ ଏକ ଉଚ୍ଚ ସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଏକକ ଫୋନ ନମ୍ବର ମାଧ୍ୟମରେ ଜରୁରୀକାଳୀନ ସେବା ଯୋଗାଣ ସମ୍ବନ୍ଧିତ ଅନ୍ତଃବିଭାଗୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଶ୍ରୀ ଚୋପ୍ରା ଜଣାଇଥିଲେ ଯେ, ଇତି ମଧ୍ୟରେ ୧୧୨ ଫୋନ ନମ୍ବରକୁ କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ ‌ପୁଲିସ ଏବଂ ଅଗ୍ନିଶମ ସେବାକୁ ଏହା ସହ ସମ୍ବନ୍ଧିତ କରାଯାଇଛି । ଏହି ନୂଆ ନମ୍ବର ବିଷୟରେ ଲଗାତାର ଭାବେ ଜନସଚେତନତା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Show More

Related Articles

Back to top button