ଓଡ଼ିଶା

କୋଟିଆ ଗସ୍ତ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ସ୍ଥାନୀୟ ଲୋକଙ୍କ ସହ ପାଳିଲେ ଖ୍ରୀଷ୍ଟମାସ

କୋଟିଆ, ୨୫/୧୨ ; କୋଟିଆ ଉପରୁ ହଟୁନି ଆନ୍ଧ୍ରର ନଜର । କୋଟିଆ ଗସ୍ତ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। ସୀମାନ୍ତ ତାଡ଼ି ବାଲସା ଗସ୍ତ କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସ୍ଥାନୀୟ ଲୋକଙ୍କ ସହ ପାଳିଛନ୍ତି ଖ୍ରୀଷ୍ଟମାସ। ଆନ୍ଧ୍ର ସରକାର ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କୋଟିଆରେ ଶିକ୍ଷାର ବିକାଶ କେବଳ ଆନ୍ଧ୍ର ସରକାର କରିପାରିବ। ସେଥିପାଇଁ ଆନ୍ଧ୍ର ଜଗନ୍ନ ସରକାର ବେଶ୍ ଯତ୍ନବାନ ଥିବା ତାଡିବାଲସାରେ ନିଜ ଭାଷଣରେ କହିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା।

ରାଜନ୍ନା ଦୋରାଙ୍କ ଗସ୍ତ ସମୟରେ ଆନ୍ଧ୍ର ପ୍ରଦେଶର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କୈାଣସି ସୂଚନା ନଥିବା ଦେଖିବାକୁ ମିଳିଛି।

Show More

Related Articles

Back to top button