ଓଡ଼ିଶାଖେଳ

୨୭ ତାରିଖ ସକାଳେ ପୁରୀରେ ପହଞ୍ଚିବ ହକି ବିଶ୍ୱକପ ଟ୍ରଫି, ଭବ୍ୟ ସମ୍ବର୍ଦ୍ଧନା ଦେବେ ଶ୍ରୀମନ୍ଦିର ସେବାୟତ

ପୁରୀ, ୨୫/୧୨ : ଓଡ଼ିଶା ୨୦୨୩ ବିଶ୍ୱକପ ହକି ଆୟୋଜନ କରୁଛି। ଏହା ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହକିର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ପାଇଁ ଏହି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଜିଲ୍ଲାରେ ଚଳିତ ମାସ ୨୬ରେ ଏହି ଟ୍ରଫି ପହଞ୍ଚିବ। ୨୭ ତାରିଖ ସକାଳ ୭ ଘଟିକାରେ ଭିକ୍ଟୋରିଆ ହୋଟେଲ ସି ବିଚ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ କରାଯିବ। ପରେ ଦିବା ୯ ଘଟିକା ସୁଦ୍ଧା ଟ୍ରଫି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବ । ସେଠାରୁ ସାଂସ୍କୃତିକ ଦଳ ମାଧ୍ୟମରେ ସ୍ୱାଗତ କରାଯାଇ ଗରୁଡ଼ ଖୁମ୍ବ ପାଖକୁ ନିଆଯାଇ ବେଦମନ୍ତ୍ର ସହ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯିବ ବୋଲି ସ୍ଥିର ହୋଇଛି।

ଏ ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ଓଡିଶା ବିଶ୍ୱକପ ହକିର ଆୟୋଜନ କରୁଥିବାରୁ ଆମ ଜିଲ୍ଲା ଓ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ନିକଟରେ ପ୍ରଦର୍ଶନ କରାଯିବ ବୋଲି କହିଥିଲେ।

Show More

Related Articles

Back to top button