ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପୁଣି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଗୋଟବାୟା ରାଜପକ୍ଷେ

ଫେରିଲେ ଗୋଟବାୟା । ପୁଣି ଶ୍ରୀଲଙ୍କାକୁ ପ୍ରତ୍ୟାବର୍ତ୍ତନ କଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଦୁଇ ମାସ ପରେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି ଗୋଟବାୟା ।

ଗତ ଜୁଲାଇ ମାସରେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥି୍ବାବେଳେ ଦେଶବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା । ଏହି ସମୟରେ ବିକ୍ଷୋଭକାରୀମାନେ କଲମ୍ବୋର ରାଷ୍ଟ୍ରପତି ଭବନ ସମେତ ଅନ୍ୟ ସରକାରୀ ବାସଭବନ ଭିତରେ ଧସେଇ ପଶିବା ସହ ଗୋଟବାୟାଙ୍କ ରାଷ୍ଟ୍ରପତିତ୍ୱକୁ ଘୋର ବିରୋଧ କରିଥିଲେ । ଏପରି ସ୍ଥିତିକୁ ଦେଖି ଗୋଟାବାୟ ନିଜ ପରିବାର ସହ ଜୁଲାଇ ୧୩ ତାରିଖରେ ଦେଶ ଛାଡି ପଳାଇଥିଲେ।

ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି। କଡା ସୁରକ୍ଷା ଭିତରେ ସେ ଭଣ୍ଟାରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି। ଗୋଟାବାୟା ରାଜପେକ୍ଷ ଶ୍ରୀଲଙ୍କାର ବିଜେରାମା ମୱାଥା ନିକଟ ଏକ ସରକାରୀ ବଙ୍ଗଳାରେ ରହିବେ। ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button