ଅପରାଧଆଇନ କାନୁନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ପୁଣି ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଜେରା

ନୂଆଦିଲ୍ଲୀ: ପୁଣି ବଢ଼ିଲା ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିବାଦ। ପ୍ରଥମେ ଇଡି ଆଉ ଏବେ ଇଓଡବ୍ଲୁ କରୁଛି ଜେରା। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ ଆଜି ଦିଲ୍ଲୀ ପୁଲିସରେ ହାଜର ହୋଇଛନ୍ତି। ଇଓଡ଼ବ୍ଲୁର ୫ଜଣିଆ ଟିମ୍ ଜ୍ୟାକ୍‌ଲିନଙ୍କୁ ପଚରାଉଚରା କରୁଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଥିଲା ଦିଲ୍ଲୀ ପୁଲିସ୍ । ସେପ୍ଟେମ୍ବର ୧୪ରେ ପୁଲିସ ପାଖରେ ହାଜର ହେବାକୁ ସମନରେ କୁହାଯାଇଥିଲା। ସମନ ଆଧାରରେ ଆଜି ଜ୍ୟାକ୍‌ଲିନ୍‌ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି। ପିଙ୍କି ଇରାନୀ ଓ ଜ୍ୟାକ୍‌ଲିନ୍‌ଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡିଛି। ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ଏକ ଲମ୍ବା ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମ୍ପର୍କ ଏବଂ ତାଙ୍କଠାରୁ ପ୍ରାପ୍ତ ଉପହାର ଉପରେ ସମସ୍ତ ପ୍ରଶ୍ନ ରହିବ। ସେ କିପରି ଏବଂ କାହା ମାଧ୍ୟମରେ ସୁକେଶଙ୍କ ସହ ପ୍ରଥମ ଥର ପାଇଁ ଯୋଗାଯୋଗ କଲେ? ବୋଲି ମଧ୍ୟ ପଚରାଯିବ। ଏହା ସହିତ, EOW ପିଙ୍କି ଇରାନୀଙ୍କୁ ମଧ୍ୟ ତଦନ୍ତରେ ସାମିଲ ହେବାକୁ ଡକାଇଛି। ସେ ସୁକେଶଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିଥିଲେ। ସେ ଉଭୟଙ୍କୁ ଜାଣିଥିଲେ। ସୂଚନା ଅନୁସାରେ ଜ୍ୟାକ୍‌ଲିନ୍‌ଙ୍କୁ ଏହି ମାମଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଜେରା ହୋଇପାରେ। ଏଥିପାଇଁ ପୁଲିସ ତାଙ୍କୁ ଦିଲ୍ଲୀରେ କିଛି ଦିନ ରହିବା ପାଇଁ କହିଛି। ଏହାପୂର୍ବରୁ ଇଡି ଏହି ଠକେଇ ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିସାରିଛନ୍ତି। ଏଥିରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ସୁକେଶର ଠକେଇ ବିଷୟରେ ଆଗରୁ ଜାଣି ମଧ୍ୟ ଆର୍ଥିକ କାରବାରରେ ଜ୍ୟାକ୍‌ଲିନ୍‌ ତାଙ୍କ ସହ ସାମିଲ ହୋଇଥିବା ଇଡି ଅଭିଯୋଗ କରିଛି।

 

Show More

Related Articles

Back to top button