Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅନନ୍ତନାଗରେ ଷଷ୍ଠଦିନରେ ଜାରି ରହିଛି ଗୁଳି ବିନିମୟ

ଅନନ୍ତନାଗ- ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗରେ ଷଷ୍ଠଦିନରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ଏହି ଅଭିଯାନରେ କୋକରନାଗର ଗଡୁଲ ଜଙ୍ଗଲରେ ଥିବା 5ଟି ଆତଙ୍କୀ ଆଡ୍ଡାକୁ ଧ୍ବସ୍ତ କରାଯାଇଛି । ଏହି ସ୍ଥାନରୁ ଗୋଟିଏ ପୋଡା ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହଟି ଆତଙ୍କବାଦୀ ଉଜୈର ଖାନର ମୃତଦେହ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଉଜୈର ଖାନର ପରିବାର ଲୋକଙ୍କ ଡିଏନଏ ସହିତ ଏହାର ମେଳ କରାଯିବ ।

ସୂଚନାଯୋଗ୍ୟ, ବୁଧବାର ଆତଙ୍କବାଦୀମାନେ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ ।ଏହାପରେ ଗଡୋଲେ ବନାଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା, ଯାହାକି ଆଜି ବି ଜାରି ରହିଛି । ଅନନ୍ତନାଗ ଜିଲ୍ଲାର କୋକରନାଗରେ ଗୁଳି ବିନିମୟ ପରେ ବୁଧବାରଠାରୁ ଆତଙ୍କବାଦୀମାନେ ଏଠାରେ ଲୁଚି ରହିଛନ୍ତି । ଏହି ଗୁଳି ବିନିମୟରେ 4ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ଶାଖା ଟିଆରଏଫ ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ପଛରେ ଉଜୈରର ହାତ ଥିବା ସୂଚନା ମିଳିଛି । ଉଜୈର ଖାନ ସ୍ଥାନୀୟ ଆତଙ୍କବାଦୀ ଯିଏ କି ନୈଗମ ଗାଁର ବାସିନ୍ଦା । 2022ରୁ ସେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ସହ ସମ୍ପୃକ୍ତ ।

Show More

Related Articles

Back to top button