Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦୁଇଟି ବିମାନର ମୁହାଁମୁହିଁ ଧକ୍କା

ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ୧୭ ସେପ୍ଟେମ୍ବର ରବିବାର ଦିନ ନେଭାଡାର ରେନୋ-ଷ୍ଟେଡ୍ ବିମାନବନ୍ଦର ବାହାରେ ବା ମଝି ଆକାଶରେ ଦୁର୍ଘଟଣା ଘଟି ଏହି ଅଞ୍ଚଳର ପର୍ଯ୍ୟଟନ କାର୍ୟ୍ୟକ୍ରମକୁ ସମାପ୍ତ କରିଛି। ରେନୋ ଏୟାର ରେସିଂ ଆସୋସିଏସନ ଫେସବୁକରେ ଅପଡେଟ୍ ସେୟାର କରି ମୃତ ପାଇଲଟମାନଙ୍କୁ ନିକ ମେସି ଏବଂ କ୍ରିସ୍ ରୁସିଂ ବୋଲି ଚିହ୍ନଟ କରିଛି। ଏଥିରେ କୁହାଯାଇଛି ଯେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାଁନ୍ତି। “ସୁରକ୍ଷା ହେଉଛି RARA ର ମୁଖ୍ୟ ଚିନ୍ତା ଏବଂ ଆମେ ନିରାପଦ ଇଭେଣ୍ଟ ଆୟୋଜନ କରିବା ପାଇଁ ବର୍ଷସାରା କାର୍ଯ୍ୟ କରୁ। ହେଲେ ଏଥର ତ୍ରୁଟି ଯୋଗୁଁ ଏଭଳି ଏକ ଦୁର୍ଘଟଣା ଦେଖାଦେଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଆମର ଜାତୀୟ ପରିବହନ ସୁରକ୍ଷା ବୋର୍ଡ, FAA ଏବଂ ସମସ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛୁ । ଏହି ସମୟରେ ସହାୟତା ପାଇଁ ଆମର ସମସ୍ତ ପାଇଲଟ୍, ଦର୍ଶକ ଏବଂ ସ୍ୱେଚ୍ଛାସେବୀଙ୍କର ଆବଶ୍ୟକ ରହିଛି ବୋଲି ଆସୋସିଏସନ୍ ଗୋଟିଏ ପୋଷ୍ଟରେ ଲେଖିଛନ୍ତି । ସୂଚନା ଅନୁଯାଇ ରେନୋ ସିଟି ଏୟାର ରେସିଂ ଆସୋସିଏଶନର ଅଧିକାରୀମାନେ କହିଛନ୍ତି ରବିବାର ଦିନ ଅପରାହ୍ନ ପ୍ରାୟ ୨ଟା ୧୫ ରେ ଟି -୬ ଗୋଲ୍ଡ ରେସ ଫାଇନାଲ ସମୟରେ ଏହି ଦୁଇଟି ବିମାନ ମଝି ଆକାଶରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କ ପାଖରେ ଅନ୍ୟ କୌଣସି ସୂଚନା ଉପଲବ୍ଧ ନାହିଁ। ସେହିପରି ଆସୋସିଏଶନର ବୋର୍ଡ ଅଫ ଡାଇରେକ୍ଟର୍ସ ଏବଂ ଟି-୬ ବର୍ଗର ସଭାପତି କହିଛନ୍ତି ରେନୋରେ ଚାଲିଥିବା ଜାତୀୟ ଚାମ୍ପିଅନଶିପ ଏୟାର ରେସର ଅନ୍ତିମ ଦିନରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ମୃତ ପାଇଲଟଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି।

Show More

Related Articles

Back to top button