Breaking PLUSଦୁର୍ଘଟଣାମୁଖ୍ୟ ଖବର

ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ

ଖଲ୍ଲିକୋଟ : ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ଛତ୍ରପୁର ଥାନା ଅଧୀନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା ୧୪ ବର୍ଷର ବୋଲି ଜଣାପଡ଼ିଛି । ରୋଷନ ସ୍କୁଲରୁ ଆସି ନିଜ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇଵାକୁ ଯାଇଥିଲେ । ହଠାତ୍ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ପୋଲିସ ମେଡିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Show More

Related Articles

Back to top button