Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ବହି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଭାବିକା

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କୌଣସି ପ୍ରେରଣା ଠାରୁ ବି କମ୍ ନୁହେଁ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀଙ୍କୁ ଏନଡିଏ ଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ । ଏବେ ଦ୍ରୌପଦୀଙ୍କ ଜୀବନୀ ଉପରେ ପ୍ରେରଣା ପାଇ ଗୁଜରାଟ ସୁରତର କୁନି ଝିଅ ଭାବିକା ମାହେଶ୍ୱରୀ ଏକ ପୁସ୍ତକ ଲେଖିଛନ୍ତି । ପୁସ୍ତକରେ କୁନି ଝିଅଟି ଅତି ସରଳ ଭାଷାରେ ଦ୍ରୌପଦୀଙ୍କ ଜୀବନ ସମ୍ବନ୍ଧରେ ଲେଖିଛନ୍ତି । ଦ୍ରୌପଦୀଙ୍କ ସଂଘର୍ଷରୁ ଶିଖର ପର୍ଯ୍ୟନ୍ତ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ଭାବିକା ପୁସ୍ତକ ଲେଖିବା ପରେ ଏହାକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି । ଟ୍ୱିଟରରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଦ୍ରୌପଦୀଙ୍କ ଉପରେ ପୁସ୍ତକ ଲେଖିବାର ରୋଚକ କାହାଣୀ ମଧ୍ୟ ରହିଛି । ଭାବିକା କହିଛନ୍ତି ଯେ ନିକଟରେ ସେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ତାଙ୍କୁ ଦ୍ରୌପଦୀଙ୍କ ବିଷୟରେ କହିଥିଲେ । ହେଲେ ଭାବିକା ଦ୍ରୌପଦୀଙ୍କ ଜୀବନୀ ଉପରେ କୌଣସି ତଥ୍ୟ ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡିଆରୁ ପାଇନଥିଲେ । ଏହାପରେ ଭାବିକା ଦ୍ରୌପଦୀଙ୍କ ଉପରେ ପୁସ୍ତକ ଲେଖିବାକୁ ମନସ୍ଥ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ସେ ଏହି ପୁସ୍ତକର ଉନ୍ମୋଚନ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ସେ ଏହି ପୁସ୍ତକକୁ ହିନ୍ଦୀରେ ପ୍ରକାଶିତ କରିଛନ୍ତି । ଆଗକୁ ସେ ଇଂରାଜୀ, ଓଡ଼ିଆ ଓ ଗୁଜରାଟୀ ଭାଷାରେ ମଧ୍ୟ ଏହାର ଅନୁବାଦ କରିବେ ବୋଲି ସୂଚନା ରହିଛି ।

Show More

Related Articles

Back to top button