Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ୧୮ ତାରିଖରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ ଚଳାଯିବ ସେଥିପାଇଁ ସରକାର ବିରୋଧୀ ଦଳମାନଙ୍କ ସହଯୋଗ ଲୋଡ଼ିବେ ।

ତେବେ ଆସନ୍ତା ମୌସୁମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି । କାରଣ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନଙ୍କ ହାତରେ ଏବେ କରୋନା ମହାମାରୀ ପରି ଏକ ବଡ଼ ପ୍ରସଙ୍ଗ ରହିଛି । ୨ୟ ଲହରକୁ ରୋକିବାରେ ବିଫଳତା, ଅମ୍ଳଜାନ ସଂକଟ, ନଦୀରେ ମୃତଦେହ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି । ସେହିପରି ପେଟ୍ରୋଲ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ବି ସରକାରଙ୍କୁ ବିରୋଧୀ ଦଳ ଘେରିବାର ସମ୍ଭାବନା ରହିଛି ।

Show More

Related Articles

Back to top button