Breaking PLUSଓଡ଼ିଶାମୁଖ୍ୟ ଖବର

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଆଉ ନାହାନ୍ତି ଅମ୍ରିତ । ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଗଲେ ଗଜପତି ନଗର ନିକଟସ୍ଥ ବାସୁଦେବ ନଗର ଅଂଚଳର ଯୁବ ଇଂଜିନିୟର ଅମ୍ରିତ ପ୍ରଧାନ । ଦୀର୍ଘ ୬ ମାସ ଧରି ଚେନ୍ନାଇରେ ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ଆଖି ବୁଜି ଦେଇଛନ୍ତି । ଅମ୍ରିତଙ୍କ ବିୟୋଗ ନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି ।

କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା । ତାଙ୍କୁ ଇକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଭୁବନେଶ୍ୱର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା । ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା । ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ । କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା ।

ସୂଚନାଯୋଗ୍ୟ, ଅମ୍ରିତଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର । ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଏକ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବାହାର ଲୋକେ ମଧ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦାନ ଭାବେ ଦେଇଥିଲେ ।

Show More

Related Articles

Back to top button