Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ଆକ୍ରାନ୍ତ ହେଲେ ୫୬ ସ୍କୁଲ ଛାତ୍ରୀ

ଆଜି ସୁନ୍ଦରଗଡର ଏକ ସ୍କୁଲରେ ୫୬ ଜଣ ଛାତ୍ରୀ କରୋନା ସଂକ୍ରମଣ ହୋଇଥିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅଭିଭାବକମାନେ ପିଲାମାଙ୍କୁ ସ୍କୁଲ ଛାଡିବା ନେଇ ଆଶାବାନ୍ଧି ବସିଛନ୍ତି । କିନ୍ତୁ ସୁନ୍ଦରଗଡରେ ୫୬ ଜଣ ସ୍କୁଲ ଛାତ୍ରୀ କରୋନା ସଂକ୍ରମଣ ହେବା ଫଳରେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି ।

ସୁନ୍ଦରଗଡ ସହରର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୬ ଜଣ ଛାତ୍ରୀ କୋରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । କରୋନା ପଜିଟିଭ ଚିହ୍ନଟ ପରେ ସମସ୍ତ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏହାସହ ସ୍କୁଲକୁ ସପ୍ତାହେ ଛୁଟି କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଘୋଷଣା କରିଥିବା ଜଣାପଡିଛି ।

Show More

Related Articles

Back to top button