ବଲିଉଡମନୋରଞ୍ଜନ

ବାଲୁକାକଳା ମାଧ୍ୟମରେ ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଆଜି ୭୯ ବର୍ଷରେ ପାଦ ଥାପିଲେ ଅମିତାଭ୍ ବଚ୍ଚନ

ଆଜି ବଲିଉଡର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଜନ୍ମଦିନ । ୭୯ ବର୍ଷରେ ଆଜି ପାଦ ଥାପିଲେ ବିଗ୍ ବି । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ବିଗ୍ ବିଙ୍କୁ କରିଛନ୍ତି ଉଇସ୍ । ତାଙ୍କର ବାଲୁକା କଳା ମାଧ୍ୟମରେ ସେ ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଯେଉଁଥିରେ ସେ ଲେଖିଛନ୍ତି, “ହାପି ବର୍ଥ ଡେ ବିଗ୍ ବି” ।

୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ବିଗ୍ ବି । ୭୯ ବର୍ଷରେ ପାଦ ଥାପିସାରିଥିବା ବିଗ୍ ବି ଆଜିବି ଫିଟ ଅଛନ୍ତି । ଆଜି ସେ ତାଙ୍କର କାର୍ଯ୍ୟରେ ସେତିକି ଆକ୍ଟିଭ୍ ଅଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ସବୁବେଳେ ପସନ୍ଦ କରନ୍ତି । ଦମଦାର ଅଭିନୟ ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଯେ କୌଣସି ଭୂମିକା ହେଉ ନା କାହିଁକି , ସବୁ ଚରିତ୍ରକୁ ସେ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି ।

Show More

Related Articles

Back to top button