Breaking PLUSଦେଶମୁଖ୍ୟ ଖବର

ଗ୍ରେନେଡ୍ ବିସ୍ଫୋରଣରେ ସାମିଲ ସମସ୍ତ ଉଲଫା-ସ୍ୱା କ୍ୟାଡର ଗିରଫ

ଗୌହ୍ୱାଟୀ- ଗତ କିଛି ଦିନ ତଳେ ରାଜ୍ୟରେ ହୋଇଥିବା ତିନୋଟି ଗ୍ରେନେଡ୍ ବିସ୍ଫୋରଣ ଘଟଣାରେ ସାମିଲ 8ଜଣ ଲୋକଙ୍କୁ ଗିରଫ କରାଯାଇଛି । ଆସାମ ପୋଲିସ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ- ଇଣ୍ଡିପେଣ୍ଡେଣ୍ଟ ସହିତ ଜଡିତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ନଭେମ୍ବର 22, ଡିସେମ୍ବର 9 ଓ ଡିସେମ୍ବର 13ରେ ଉପର ଆସାମର ତିନସୁକିୟା, ଶିବସାଗର ଓ ଜୋରହାଟ ଜିଲ୍ଲାରେ ହୋଇଥିବା ତିନୋଟି ଗ୍ରେନେଡ୍ ମାଡରେ ଅଭିଯୁକ୍ତମାନେ ସମ୍ପୃକ୍ତ । ଉଲ୍ଲେଖନୀୟ, ଏହି ବିସ୍ଫୋରଣ ପାଇଁ ସଙ୍ଗଠନ ନିଜକୁ ଦାୟୀ କରିଛି ।
ଆସାମ ଡିଜିପି ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି । କିଛି ସପ୍ତାହ ଧରି ଏହି ଅପରେସନ ଚଳାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ବ୍ୟବହାର ହୋଇଥିବା ବାଇକକୁ ଜବତ କରିଛି । ଶିବସାଗର ଜିଲ୍ଲାରୁ 8ଜଣ, ତିନସୁକିୟା ଓ ଜୋରାହାଟ ଜିଲ୍ଲାରୁ 2-2ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ ।

Show More

Related Articles

Back to top button