ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ହଲିଉଡ଼ରେ ପାଦ ଥାପିଲେ ଆଲିଆ ଭଟ୍ଟ

ମୁମ୍ବାଇ: ହଲିଉଡ଼ରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। ହଲିଉଡ ଚଳଚ୍ଚିତ୍ର  ‘ହାର୍ଟ ଅଫ୍ ଷ୍ଟୋନ୍‌’ରେ ପ୍ରଥମ କରି ଆଲିଆଙ୍କ ଯାଦୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ ମଧ୍ୟ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି। ଟୁଡୁମ୍ ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟ’ ଅବସରରେ ପ୍ରଥମ ଲୁକ୍ ରିଲିଜ୍‌ କରାଯାଇଛି। ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି। ଭିଡିଓରେ ପ୍ରଥମେ ଏକ ବାଇକ୍ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ମିଳିଛି। ଏହାପରେ, ଗାଲ୍ ଗାଡୋଟ୍‌ଙ୍କ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି।  ତା’ପରେ ଆଲିଆ ନଜରରେ ଆସୁଛନ୍ତି। ଏଥିରେ ଅନେକ ଆକ୍ସନ ସିନ୍‌ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଥମ ଲୁକ୍ ସହ ପରଦା ପଛର କିଛି ଦୃଶ୍ୟ ପ୍ରଦର୍ଶିତ କରାଯାଇଛି। ଏହା ବ୍ୟତୀତ ଫିଲ୍ମର କଳାକାରମାନେ ମଧ୍ୟ ସେମାନଙ୍କ ଅନୁଭୂତି ଶେୟାର କରିଛନ୍ତି। ଆଲିଆ ଭଟ୍ଟ ଏହାକୁ ଶେୟାର କରି ଲେଖିଛନ୍ତି ଯେ, ହଲିଉଡ ସିନେମାରେ ଏହା ହେଉଛି ତାଙ୍କର ପ୍ରଥମ ଅଭିନୟ।  ୨୦୨୩ ରେ ଏହା ନେଟଫ୍ଲିକ୍ସରେ ଆସିବ। ହଲିଉଡ ଡେବ୍ୟୁ ପାଇଁ ଆଳିଆଙ୍କୁ ତାଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି।

 

Show More

Related Articles

Back to top button