ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଅଣସରରେ ଅଲାରନାଥ ଦର୍ଶନ

 

ଭାବିବିନୋଦିଆ ଠାକୁର କାଳିଆ ସାଆନ୍ତ ସବୁ ତାଙ୍କରି ଲୀଳା…

ଭକ୍ତ ଅଲାରବିନ୍ଦ (କେହି କେହି ଅଲବନ୍ଦାରାଚାର୍ଯ୍ୟ ବି କୁହନ୍ତି ) ଏକଦା ଦକ୍ଷିଣାତ୍ୟ ରୁ ଶ୍ରୀକ୍ଷେତ୍ର ରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ନିମନ୍ତେ ଆସି ପହଂଚିଯାଇଥିଲେ l ପ୍ରଭୁ ଙ୍କ ଲୀଳା ଅନୁଯାୟୀ ସେ ସମୟ ଅନବସର ର ହୋଇଥାଏ l ତାଙ୍କୁ ପ୍ରଭୁ ଙ୍କ ଦର୍ଶନ ମିଳିଲା ନାହିଁ l ଯେତେ କାକୁତି ମିନତି ହେଲେ ବି ତାଙ୍କୁ ପ୍ରଭୁ ଦର୍ଶନ ମିଳିଲା ନାହିଁ ଯେହେତୁ ପ୍ରଭୁ ଙ୍କ ଅଣସର ସେବା ଚାଲୁଅଛି ଏବଂ ସେଥିରେ ଦଇତାପତି ଙ୍କୁ ଛାଡି ଅନ୍ୟ କାହାର ପ୍ରବେଶ ନିଷେଧ l

ଉକ୍ତ କଥା ଶୁଣିବା ପରେ ଭକ୍ତ ଅଲାରବିନ୍ଦ ଶୋକାତୁର ହୋଇ ସମୁଦ୍ର ରେ ଲମ୍ଫ ପ୍ରଦାନ କରି ପ୍ରାଣ ବିସର୍ଜନ କରିବାକୁ ଧାବମାନ ହେଲେ l ଭକ୍ତ ବତ୍ସଳ ପ୍ରଭୁ ଏହା ଦେଖି ବ୍ୟାକୁଳ ହୋଇ ଉଠିଲେ ଏବଂ ଶ୍ମଶାନ ମହାବୀର ଙ୍କୁ ଭକ୍ତ ଙ୍କୁ ବିପଦ ରୁ ଉଧାରି ବାକୁ ଆଜ୍ଞା ଦେଲେ l

ବିରାଟ ରୂପ ଧରି ପବନ ସୁତ ପହଞ୍ଚି ଗଲେ ଭକ୍ତ ଙ୍କ ନିକଟରେ l ଏକ ବିଶାଳ କାୟ ମର୍କଟ ଙ୍କୁ ଦେଖି ଭକ୍ତ ଚକିତ ହୋଇଗଲେ l ତାଙ୍କୁ ପଚାରିଲେ “ଆପଣ କିଏ?” ଉତ୍ତର ରେ ମର୍କଟ ଉତ୍ତର ଦେଲେ” ମୁଁ ଜଣେ ପ୍ରଭୁ ଙ୍କ ଦାସନୁଦାସ”
“ପ୍ରଭୁ ଙ୍କ ଆଜ୍ଞା ଅନୁକ୍ରମେ ଆପଣଙ୍କ ନିକଟ କୁ ଆସିଛି l ଦୟାକରି ଆପଣ ଆତ୍ମ ହତ୍ୟା କରନ୍ତୁ ନାହିଁ l”
ଏହା ଶୁଣି ଭକ୍ତ କହିଲେ କି” ଆଜ୍ଞା ମୁଁ ଘରୁ ଭୋକ ଉପାସ ରେ ପ୍ରଭୁ ଦର୍ଶନ ନିମନ୍ତେ ଏଠାକୁ ଧାଇଁ ଆସିଛି କିନ୍ତୁ ମୋ ଆରାଧ୍ୟ ମତେ ଦର୍ଶନ ଦେଉ ନାହାନ୍ତି l ତ ଏ ଜୀବନ ଭଲା କାଇଁ ରଖିବି l”
ଏହା ଶୁଣି ରାମ ଦୂତ ତାଙ୍କୁ ପ୍ରଭୁ ଦର୍ଶନ ନିମନ୍ତେ ସମୁଦ୍ର ର ବିପରୀତ ଦିଗ ରେ ଯିବାକୁ ଅନୁପ୍ରାଣିତ କଲେ ଏବଂ କିଛି ପଥ ଅତିକ୍ରମ ହେବା ପରେ ହନୁମାନ ତାଙ୍କ ନିକଟ ରୁ ଅନ୍ତର୍ଧ୍ୟାନ ହୋଇଗଲେ l ଏପରି ଚାଲୁ ଚାଲୁ ଭକ୍ତ ଅଲାରବିନ୍ଦ ଏକ ଗିରି ପରିବେଷ୍ଟିତ ସୁନ୍ଦର ବନ ମଧ୍ୟରେ ଥିବା ପୁଷ୍କରିଣୀ ନିକଟରେ ଯାଇ ମିଳିଲେ l ସେଠାରେ ନିଜ ଲୁହ ପୋଛି ଯେବେ ପୋଖରୀ କୁ ଦେଖିଲେ ସେଠାରେ ସାକ୍ଷାତ ଚତୁର୍ଭୁଜ ନାରାୟଣ ଙ୍କ ପ୍ରତିବିମ୍ବ ଦେଖିଲେ l ତତ ପରେ ନିଜ ସମ୍ମୁଖରେ ପ୍ରଭୁ ଙ୍କ ସାକ୍ଷାତ ଦର୍ଶନ ପାଇଲେ l ପ୍ରଭୁ ଅସୁସ୍ଥ ଥାଇ ମଧ୍ୟ ସେ ଅବସ୍ଥା ରେ ଭକ୍ତ ର ଆକୁଳତା ସହି ନ ପାରି ଧାଇଁ ଆସିଲେ ଭକ୍ତ ପାଖକୁ l ଧନ୍ୟ ସେ ଚକାଡୋଳା l
ଭକ୍ତ ଅଲାରବିନ୍ଦ ପ୍ରଭୁ ଙ୍କୁ କ୍ଷମା ପ୍ରାର୍ଥନା କଲେ l
ପ୍ରଭୁ ଭକ୍ତ ଅଲାରବିନ୍ଦ ଙ୍କୁ ବର ପ୍ରାର୍ଥନା କରିବାକୁ କହିଲେ l ବର ସ୍ୱରୂପ ରେ ତାଙ୍କୁ ବ୍ରହ୍ମଗିରି ରେ ସେହି ରୂପ ରେ ପ୍ରତିଷ୍ଠା ହେବାକୁ ପ୍ରାର୍ଥନା କଲେ ଏବଂ ଅଣସର ସମୟରେ ଏଠାରେ ଭକ୍ତ ଙ୍କୁ ଦର୍ଶନ ଦେବାକୁ ଅନୁରୋଧ କଲେ l
ଅଣସର ସମୟରେ ତୁମକୁ ଦର୍ଶନ କରି ଭକ୍ତ ଜଗନ୍ନାଥ ଦର୍ଶନ ର ଫଳ ପ୍ରାପ୍ତ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ l
ପ୍ରଭୁ ସନ୍ତୁଷ୍ଟ ହୋଇ ତଥାସ୍ତୁ କଲେ l
ସେହି ଦିନ ଠାରୁ ଅଲବନ୍ଦାରାଚାର୍ଯ୍ୟ ଙ୍କ ନାଥ ରୂପେ ଅଲାରନାଥ ବିଶ୍ୱ ପ୍ରସିଦ୍ଧ ହେଲେ l
ଜୟ ଶ୍ରୀ ଜଗନ୍ନାଥ ।
ଜୟ ଶ୍ରୀ ଅଲାରନାଥ ।

Show More

Related Articles

Back to top button