Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜନ୍ମଦିନରେ ମହାକାଳେଶ୍ୱରଙ୍କ ଦର୍ଶନ କଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ – ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଜନ୍ମ ଦିନରେ ଗେରୁଆ ଧୋତି ଏବଂ ପାରମ୍ପରିକ ବସ୍ତ୍ରରେ ମହାକାଳେଶ୍ୱରଙ୍କର ଦର୍ଶନ କରିଛନ୍ତି । ସେ ତାଙ୍କର ୫୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅକ୍ଷୟ କୁମାରଙ୍କ ସହ ଭାରତୀୟ କ୍ରିକେଟଟିମ୍‌ର ସଦସ୍ୟ ଶିଖର ଧଓ୍ୱନ ମଧ୍ୟ ମହାକାଳେଶ୍ୱରଙ୍କର ଦର୍ଶନ କରିଛନ୍ତି । ମହାକାଳେଶ୍ୱର ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ।

ଅକ୍ଷୟ କୁମାରଙ୍କ ସହ ତାଙ୍କର ଭଉଣୀ, ପୁଅ ଆରଭ ଏବଂ ପୁତୁରା ମଧ୍ୟ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ସଦସ୍ୟ ଶିଖର ଧଓ୍ୱନ ଏହି ସମୟରେ ମହାକାଳଶ୍ୱରଙ୍କର ଦର୍ଶନ ରକିଛନ୍ତି। ମହାଦେବଙ୍କ ଭସ୍ମ ଆରତୀ ସେମୟରେ ଏମାନେ ସମସ୍ତେ ଦର୍ଶନ କରିଥିଲେ ।

ଆଗକୁ ଅକ୍ଷୟଙ୍କର ଚଳଚ୍ଚିତ୍ର ମିସନ୍‌ ରାଣୀଗଞ୍ଜ ମୁକ୍ତିଲାଭ କରିବାର ଅଛି । ଏଥିରେ ତାଙ୍କର ପୁଇ ଆରଭ ମଧ୍ୟ ଅଭିନୟ କରିଛନ୍ତି । ଏହି ସିନେମାଟି ଏକ ସତଘଟଣା ଉପରେ ଆଧାରିତ । ଅକ୍ଟୋବର ୬ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି ।

Show More

Related Articles

Back to top button