ଦେଶ ବିଦେଶବାଣିଜ୍ୟ

ଆକାଶ ଅମ୍ବାନୀ ହେଲେ Reliance Jioର ଚେୟାରମ୍ୟାନ

ମୁକେଶ ଅମ୍ବାନୀ ନିର୍ଦ୍ଦେଶକ ପଦରୁ ଦେଲେ ଇସ୍ତଫା

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍ଫୋଟେକ୍ ଲିମିଟେଡ୍(Reliance Jio Infocomm Limited)ର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଜୁନ ୨୭ରେ ବସିଥିଲା। ଆଉ ଏହି ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ରିଲାଏନ୍ସ ଜିଓ ମାର୍କେଟ୍ ରେଗୁଲଟରୀ ସେବି(SEBI) କୁ ଏହାର ସୂଚନା ଦେଇଛି।

ପଙ୍କଜ ମୋହନ ହେଲେ ପରିଚାଳକ ନିର୍ଦ୍ଦେଶକ

ପଙ୍କଜ ମୋହନ ପାଓ୍ଵାରଙ୍କୁ ପରିଚାଳକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଜୁନ ୨୭ରୁ ସେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ଯାଏଁ ପଙ୍କଜ ଏହି ପଦରେ କାର୍ଯ୍ୟ କରିବେ। ଏଥିସହ ରାମିନ୍ଦର ସିଂହ ଗୁଜରାଲ ଏବଂ କେଭି ଚୌଧୁରୀଙ୍କୁ ରିଲାଏନ୍ସ ଜିଓ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, କମ୍ପାନୀର ନିର୍ଦ୍ଦେଶକ ଭାବେ ମୁକେଶ ଅମ୍ଵାନୀ ଜୁନ ୨୭ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସର ଚେୟାରମ୍ୟାନ ଭାବେ ଆକାଶ ଏମ ଅମ୍ବାନୀଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଉଲ୍ଲେଖନୀୟ ରିଲାଏନ୍ସ ଜିଓ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ। ଜିଓ ପ୍ଲାଟଫର୍ମ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍(RIL)ର ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ। ୨୦୧୯ରେ ଜିଓର ଲଞ୍ଚ ହୋଇଥିଲା। ବିଏସଇରେ ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସେୟାର ୨୫୨୯.୦୦ ଟଙ୍କାରେ ବନ୍ଦ ହୋଇଛି। ଏନଏସଇରେ ଏହାର ସେୟାର ୧.୫୦ ପ୍ରତିଶତ ବୃଦ୍ଧି ସହ ସେୟାର ପିଛା ୨୫୩୦ ଟଙ୍କା ମୂଲ୍ୟରେ ବନ୍ଦ ହୋଇଛି।

Show More

Related Articles

Back to top button