Breaking PLUSଦେଶ ବିଦେଶମୁଖ୍ୟ ଖବର

କିଛି ମାସର ବ୍ୟବଧାନ ପରେ ପୁଣି ଥରେ ବଢିଲା ଦିଲ୍ଲୀର ବାୟୁ ପ୍ରଦୂଷଣ

ପୁଣି ଥରେ ବଦଳିଲାଣି ଜାତୀୟ ରାଜଧାନୀ ଦିଲ୍ଲୀର ପବନ । ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ଶନିବାର ସକାଳେ 'ମଧ୍ୟମ' ବର୍ଗରେ ରହିଥିବାବେଳେ ଆସନ୍ତା ସୋମବାର ସୁଦ୍ଧା ଏହା 'ଖରାପ' ବା ଡେଞ୍ଜର ବର୍ଗରେ ପହଁଞ୍ଚିବା ନେଇ ପୂର୍ବାନୁମାନ କରାଯାଇଛି

ପୁଣି ଥରେ ବଦଳିଲାଣି ଜାତୀୟ ରାଜଧାନୀ ଦିଲ୍ଲୀର ପବନ । ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ଶନିବାର ସକାଳେ ‘ମଧ୍ୟମ’ ବର୍ଗରେ ରହିଥିବାବେଳେ ଆସନ୍ତା ସୋମବାର ସୁଦ୍ଧା ଏହା ‘ଖରାପ’ ବା ଡେଞ୍ଜର ବର୍ଗରେ ପହଁଞ୍ଚିବା ନେଇ ପୂର୍ବାନୁମାନ କରାଯାଇଛି । ଆଜି ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ ଦ୍ୱାରା ନିଆ ଯାଇଥିବା ରିପୋର୍ଟ ଅନୁସାରେ (AQI) ଆଜି ସକାଳ 9ଟା30 ସୁଦ୍ଧା ବାୟୁ ଗୁଣବତ୍ତା 168 ପଏଣ୍ଟରେ ରହିଥିଲା ଯାହା ‘ମଧ୍ୟମ’ ବର୍ଗରେ ଆସିଥାଏ | ଶୁକ୍ରବାର ଦିନ, ଏହି AQI 134 ରେ ରହିଥିଲା |

ସୂଚନାଯୋଗ୍ୟ ଯେ, ଶୂନରୁ 50 ମଧ୍ୟରେ AQI ଥିଲେ ତାହା ‘ଭଲ’ ବୋଲି ଗଣା ଯାଇଥାଏ, 51 ରୁ 100 ମଧ୍ୟରେ AQI ଥିଲେ ତାହା ସନ୍ତୋଷଜନକ ବୋଲି ଗଣା ଯାଇଥାଏ, 101 ରୁ 200 ମଧ୍ୟରେ ଥିଲେ ତାହା ‘ମଧ୍ୟମ’ ବୋଲି ଗଣା ଯାଇଥାଏ, 201 ରୁ 300 ମଧ୍ୟରେ ରହିଥିଲେ ତାହା ‘ଖରାପ’ ବୋଲି ଗଣା ଯାଇଥାଏ, 301 ରୁ 400 ମଧ୍ୟରେ ରହିଥିଲେ ଏହାକୁ ବହୁତ ଖରାପ କୁହାଯାଇଥାଏ, 401 ରୁ 500 ମଧ୍ୟରେ AQI ସ୍ତର ରହିଥିଲେ ଏହାକୁ ସାଂଘାତିକ ଖରାପ ବା ଗୁରୁତର ବୋଲି ଗଣା ଯାଇଥାଏ ।

Show More

Related Articles

Back to top button