Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଶୀଘ୍ର ଚିକିତ୍ସା ନିମନ୍ତେ ଏଣିକି ଗୁରୁତର ରୋଗୀଙ୍କୁ ମିଳିବ ଏୟାର ଆମ୍ବୁଲାନ୍ସ ସେବା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ମାଲକାନଗିରି ଜିଲ୍ଲା ପାଇଁ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟ ତିନିଟି ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଇଁ ଏହି ସୁବିଧା ମିଳିବ । ପରେ ଅନ୍ୟ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳରେ ଗରିବ ଲୋକଟିଏ ବି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବ । ଏବେ ଏୟାର ଆମ୍ବୁଲାନ୍ସ୍ ସେବା ଆରମ୍ଭ ହେବା ପରେ ଆଉ ଗୁରୁତର ରୋଗୀଙ୍କୁ ନେବା ଆଣିବାରେ ସମସ୍ୟା ହେବନାହିଁ ।

Show More

Related Articles

Back to top button