Breaking PLUSବାଣିଜ୍ୟ

ଶସ୍ତା ହେଲା ସୁନା, ପୁଣି ହ୍ରାସ ପାଇଲା ଦାମ୍: ରେକର୍ଡ ସ୍ଥରରୁ ୯ ହଜାର ଖସିଲା

ସୁନା କିଣିବାକୁ ଇଚ୍ଛୁକ ବ୍ୟକ୍ତି ପାଇଁ ଖୁସି ଖବର। ବର୍ତ୍ତମାନ ବାହାଘର ଋତୁ ଚାଲିଛି। ଯଦି ଆପଣ ବି ବାହାଘର ପାଇଁ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଏବେ ଭଲ ସମୟ ଅଛି

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (Multi commodity exchange) ରେ ଆଜି ସକାଳୁ ସୁନା ଦାମ ହ୍ରାସ ପାଇଛି। ରୁପା ମଧ୍ୟ ଶସ୍ତା ହୋଇଛି।

ଏମସିଏକ୍ସରେ ସୁନା ଦାମ ୦.୧୪ ପ୍ରତିଶତ ଅର୍ଥାତ ୬୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭ ହଜାର ୧୮୯ ରେ ପହଞ୍ଚିଛି। ରୁପା ୦.୩୧ ପ୍ରତିଶତ ଅର୍ଥାତ ୨୧୨ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୮ ହଜାର ୫୨୬ ଟଙ୍କାରେ ପହଞ୍ଚିଛି। ସ୍ପଟ ମାର୍କେଟରେ ସୁନା ଶୁକ୍ରବାର ଦିନ ଲଗାତାର ପାଞ୍ଚ ଦିନ ହେଲା ହ୍ରାସ ପାଇଛି। ଶୁକ୍ରବାର ଦିଲ୍ଲୀ ବଜାରରେ ସୁନା ୧୬୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୪୬ ହଜାର ୭୩୮ ଟଙ୍କା ଓ ରୁପା ୫୩୦ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ୬୭ ହଜାର ୪୮୩ ଟଙ୍କାରେ ପହଞ୍ଚିଛି।

୨୨ କ୍ୟାରେଟ ସୁନା ଦାମ – ୪୬ ହଜାର ୨୨୦ ଟଙ୍କା

୨୪ କ୍ୟାରେଟ ସୁନା ଦାମ – ୫୦ ହଜାର ୪୨୦ ଟଙ୍କା

ରୁପା ଦାମ – ୬୮ ହଜାର ୭୦୦ ଟଙ୍କା

ସୂଚନାଯୋଗ୍ୟ ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ସୁନା ଓ ରୁପାର ଆମଦାନୀ ଶୁଳ୍କରେ ଭାରି ଛାଡ ଘୋଷଣା କରିଥିଲେ। ସୁନା ରୁପା ଆମଦାନୀ ଶୁଳ୍କ ୫ ପ୍ରତିଶତ ଛାଡ କରିଛନ୍ତି। ବର୍ତ୍ତମାନ ସୁନା ଓ ରୁପାରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି। ୫ ପ୍ରତିଶତ ଛାଡ ପରେ ଏହା ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ହେବ। ଏହାପରେ ସୁନା ରୁପା ଦାମ ଆହୁରି ହ୍ରାସ ପାଇବ।

Show More

Related Articles

Back to top button