ଦେଶ ବିଦେଶବାଣିଜ୍ୟ

ପୁଣି ଭାରତର ସବୁଠୁ ଧନୀ ହେଲେ ମୁକେଶ ଅମ୍ୱାନୀ

ଦ୍ୱିତୀୟରେ ଆଦାନୀ, ଜାଣନ୍ତୁ ଟପ୍ ୧୦ରେ କିଏ କିଏ?

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଭାରତର ସବୁଠୁ ବଡ଼ ଧନୀ। ଏହାସହ ଦୁନିଆର ଧନୀ ତାଲିକାରେ ଦଶମ ସ୍ଥାନରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ମୁକେଶ ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ୯୦.୭ ବିଲିୟନ ଡଲାର ରହିଛି। ଆଡାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଦ୍ୱିତୀୟ ଏବଂ HCL ଟେକ୍ନୋଲଜିର ଅଧ୍ୟକ୍ଷ ଶିବ ନାଦର ୨୮.୭ ବିଲିୟନ ଡଲାରର ସମ୍ପତ୍ତି ସହ ଫୋର୍ବ୍ସ ସୂଚୀର ଶୀର୍ଷ ଦଶ ଜଣ ସୂଚୀର ତୃତୀୟ ସ୍ଥାନରେ ରହିଛନ୍ତି। ସୂଚୀର ଶୀର୍ଷର ତିନି ରାଙ୍କିଂ ଗତ ବର୍ଷରୁ ଅପରିବର୍ତ୍ତିତ ରହିଛି। ଫୋର୍ବ୍ସ ରିପୋର୍ଟ ଅନୁସାରେ, ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ଗତ ବର୍ଷ ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ଦ୍ୱିତୀୟ ସବୁଠୁ ବଡ ଧନୀ ଅଦାନୀଙ୍କ ମୋଟ ସମ୍ପତ୍ତି ୯୦ ବିଲିୟନ ଡଲାର ହୋଇଛି । ଗତି କିଛି ମାସ ଧରି ଆଦାନୀ ଏବଂ ଅମ୍ୱାନୀ ବିଲେନିୟର ଇଣ୍ଡେକ୍ସର ଶୀର୍ଷ ସ୍ଥାନରେ ରହି ଆସୁଛନ୍ତି। ଭାରତର ଭ୍ୟାକ୍ସିନ ନିର୍ମାଣକାରୀ ସାଇରସ ପୁନାୱାଲା ୨୪.୩ ବିଲିୟନ ଡାଲର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ 20 ବିଲିୟନ ଡଲାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଗତ ବର୍ଷ ରାଧାକିଶନ ବିଶ୍ୱର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ନିଜ ସ୍ଥାନ ହାସଲ କରିଥିଲେ।

ଆର୍ସିଲର ମିତ୍ତଲ କାର୍ଯ୍ୟକାରୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ୧୭.୯ ବିଲିୟନ ଡଲାର ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ଷ୍ଟିଲର ମୂଲ୍ୟରେ ସୁଧାର ସହ ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ୧୭.୭ ବିଲିୟନ ଡଲାର ସହ ସପ୍ତମ ସ୍ଥାନରେ ରହିଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଲମ ବିର୍ଲା ୧୬.୫ ବିଲିୟନ ଡଲାର ସହ ଅଷ୍ଟମ ସ୍ଥାନରେ ରହିଛନ୍ତି, ସେହିପରି ସନ ଫର୍ମାର ପ୍ରମୁଖ ୧୫.୬ ବିଲିୟନ ଡଲାର ସହ ନବମ ସ୍ଥାନରେ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କର ନିର୍ଦ୍ଦେଶର ଉଦୟ କୋଟକ ୧୪.୩ ବିଲିୟନ ଡଲାର ସହ ଦଶମ ସ୍ଥାନରେ ରହିଛନ୍ତି।

Show More

Related Articles

Back to top button