ଦେଶ ବିଦେଶବାଣିଜ୍ୟ

ପୁଣି ବଜାରକୁ ଫେରିଲା ବଜାଜ ଚେତକ

ଦମ୍‌ଦାର ଲୁକ ସହିତ ରହିଛି ଏହି ସବୁ ଫିଚର୍ସ…

ସ୍କୁଟର ଲଭରଙ୍କ ପାଇଁ ଖୁସି ଖବର। ଆମ ବାପା ଅଜାଙ୍କ ସମୟର ପ୍ରସିଦ୍ଧ ଓ ଲୋକପ୍ରିୟ ହୋଇଥିବା ବଜାଜ ଚେତକ ସ୍କୁଟର ପୁଣିଥରେ ବଜାରକୁ ଦମ୍‌ଦାର ଏଣ୍ଟ୍ରି ମାରିଛି। କିନ୍ତୁ ଏଥର ପୁରାପୁରି ନୂଆ ରୂପରେ ନୂଆ ରଙ୍ଗରେ ବଜାରକୁ ଫେରିଛି ବଜାଜ ଇଲେକ୍ଟ୍ରିକ ଚେତକ ସ୍କୁଟର। ଲଗାତାର ପେଟ୍ରୋଲ ଓ ଡିଜେଲର ଦର ବଢ଼ୁଥିବାରୁ ଗ୍ରାହକମାନେ ଏବେ ବୈଦ୍ୟୁତିକ ଯାନ ମୁହାଁ ହେଲେଣି। ସେମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ପ୍ରତ୍ୟକ ଅଟୋ ଭେଇକିଲ କମ୍ପାନୀମାନେ ଏବେ ବୈଦ୍ୟୁତିକ ଯାନ ନିର୍ମାଣ କରୁଛନ୍ତି। ଏଥିରେ ବଜାଜ କମ୍ପାନୀ ମଧ୍ୟ ପଛରେ ପଡ଼ିନାହିଁ। ଏହି କ୍ରମରେ ବଜାଜ ତାର ଚେତକ ସ୍କୁଟରର ନୂଆ ବୈଦ୍ୟୁତିକ ମଡେଲକୁ ଗ୍ରାହକଙ୍କ ପାଇଁ ବଜାରକୁ ଆଣିଛି। ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ବଜାଜ ଚେତକ ବୈଦ୍ୟୁତିକ ସ୍କୁଟରକୁ ନେଇ ସମସ୍ତ ସୂଚନା । ଚେତକ ଇଲେକ୍ଟ୍ରୋନିକ ସ୍କୁଟରର ଦାମ୍‌ ଶୋରୁମରେ ୧ଲକ୍ଷ ୧୫ ହଜାର ଟଙ୍କା ରିହିଛି। ଯଦି ଆପଣଙ୍କ ପାଖରେ ଏତେ ଟଙ୍କା ନାହିଁ ତାହେଲେ ଆପଣ ଏହାକୁ ଡାଉନ୍‌ ପେମେଣ୍ଟ ଦେଇ କିଣିପାରିବେ ଓ ବାକି ଟଙ୍କା ଇଏମଆଇ ମାଧ୍ୟମରେ ଦେଇପାପରିବେ।

କିନ୍ତୁ ଆପଣଙ୍କ ପାଖରେ କମ୍‌ ଟଙ୍କା ଥିଲେ ମଧ୍ୟ ଚିନ୍ତାକରନ୍ତୁ ନାହିଁ କାରଣ ଆପଣ ଏହାକୁ ମାତ୍ର ୧୨ହଜାର ଦେଇ ମଧ୍ୟ କିଣି ପାରିବେ। ଏହି ସ୍କୁଟରକୁ କିଣିବାପାଇଁ ଅନେକ ବ୍ୟାଙ୍କ ଫାଇନାନ୍ସ ସୁବିଧା ଉପଲବ୍ଧ କରାଉଛନ୍ତି। ବଜାଜ କମ୍ପାନୀ ନିଜେ ମଧ୍ୟ ନିଜେ ମଧ୍ୟ ଫାଇନାନ୍ସ ସୁବିଧାର ଅଫର ଦେଉଛି। ଏହି ସ୍କୁଟରକୁ କିଣିବାପାଇଁ ଆପଣଙ୍କୁ କେବଳ ୧୨ହଜାର ଟଙ୍କା ଡାଉନ୍‌ ପେମେଣ୍ଟ ଦେବାକୁ ପଡ଼ିବ ଓ ବାକି ଟଙ୍କା ଆପଣଙ୍କୁ ଋଣରେ ମିଳିଯିବ। ଏହି ଋଣକୁ ଆପଣ ପ୍ରତ୍ୟକ ମାସ ୩ ହଜାର ୬୯୪ ଟଙ୍କା ଦେଇ ସୁଝି ପାରିବେ। ବ୍ୟାଙ୍କ ସୂଚନା ଅନୁସାରେ ଏହି ଋଣ ପୁରା ତିନି ବର୍ଷର ସମୟସୀମା ମଧ୍ୟରେ ରହିବ ଓ ଏଥିରେ ବ୍ୟାଙ୍କ ଆପଣଙ୍କ ଠାରୁ ବାର୍ଷିକ ୯.୭ ପ୍ରତିଶତ ସୁଧ ହାରରେ ସୁଧ ନେବ। ଏପରି ଭାବେ ଆପଣ ଏହି ସ୍କୁଟରକୁ ସହଜରେ କିଣି ପାରିବେ।

Show More

Related Articles

Back to top button