
ଦିଲ୍ଲୀରେ କରୋନା ଥମିବାର ନାଁ ନେଉ ନାହିଁ । ଏବେ ସଂକ୍ରମଣ ପ୍ରତି ୧୦ ଘରରେ ୮ଘରକୁ ବ୍ୟାପିଲାଣି। ଗୁରୁବାର ଦିଲ୍ଲୀରେ ୧୯୨୪ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପଜିଟିଭ ହାର ୧୦ ପ୍ରତିଶତରୁ ସାମାନ୍ୟ କମ ରହିଛି। ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି। ରିପୋର୍ଟ ଅନୁସାରେ ଗତ ୩୦ ଦିନରେ ଦିଲ୍ଲୀରେ ସଂକ୍ରମଣ ୧୦ରୁ ୮ ଘରେ ପହଞ୍ଚିଲାଣି। ଲୋକ ଭୂତାଣଜନିତ ଜ୍ୱର ଓ ସର୍ଦ୍ଦିରେ ପୀଡ଼ିତ ଅଛନ୍ତି। ମାତ୍ର ଦୁଇ ସପ୍ତାହ ଭିତରେ ଦିଲ୍ଲୀରେ କରୋନା ରୋଗୀଙ୍କ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟାରେ ୧୦୦ ପ୍ରତିଶତ ହୋଇଯାଇଛି।
ସର୍ଭେକ୍ଷଣ ଅନୁସାରେ ଗତ ବର୍ଷ ଅପେକ୍ଷା ଚଳିତ ମଉସୁମୀ ସିଜନରେ ସଂକ୍ରମଣ ସଂଖ୍ୟା ଦୁଇଗୁଣା ହୋଇଛି। ଗତ ବର୍ଷକ ୪୧ ପ୍ରତିଶତ ଲୋକ ତାଙ୍କ ପରିବାରରେ ଥଣ୍ଡା ଜ୍ୱର ନେଇ ଚିନ୍ତିତ ଥିଲେ। ହେଲେ ଏଥର ୮୨ ପ୍ରତିଶତ ଲୋକ ରୋଗରେ ପଡ଼ିଥିବା ଜଣାପଡ଼ିଛି। ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ନେଇ ପୂର୍ବୁର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ବିମାନରେ ବି ମାସ୍କ ଅନିର୍ବାର୍ଯ୍ୟ କରାଯାଇଛି। ହସ୍ପିଟାଲ୍ରେ ଅଧିକଂଶ ଭାଇରାଲ ଫ୍ଲ ପୀଡ଼ିତ ରୋଗୀ ଆସୁଛନ୍ତି।