ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଫେରିଲା ଶୀତ : ୨ରୁ ୩ ଦିନ ଥରାଇବ

ରାଜ୍ୟରେ କିଛିଦିନର ଲୁଚକାଳି ଖେଳ ପରେ ଶୀତ ଫେରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହୋଇଥିବାବେଳେ ଉପକୂଳରେ ବି ଥଣ୍ଡା ବୃଦ୍ଧି ପାଇଛି

ପୁଣି ଫେରିଛି ଶୀତ । ରାଜ୍ୟରେ କିଛିଦିନର ଲୁଚକାଳି ଖେଳ ପରେ ଶୀତ ଫେରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହୋଇଥିବାବେଳେ ଉପକୂଳରେ ବି ଥଣ୍ଡା ବୃଦ୍ଧି ପାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଉ ୨-୩ ଦିନ ଏଭଳି ଥଣ୍ଡା ପ୍ରକୋପ ଜାରି ରହିବ । ତା’ପରେ କମିବ ବୋଲି ସୂଚନା ମିଳିଛି।ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ଶୀତ ଲହରୀ ନେଇ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଏବେ ଶୀତ ପ୍ରକୋପ ବଢ଼ିଛି । ଶନିବାର ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଶୀତ ଲହରୀ ଜାରି ରହିବ ।

 

winter

ଏଥିପାଇଁ ଲୋକେ ସତର୍କ ରହିବା ଆବଶ୍ୟକ ।ଆହୁରି ମଧ୍ୟ ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିଯିବ । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ କମ୍‌ ରହିବ । ଏହାପରେ ପୁଣି ଧୀରେଧୀରେ ତାପମାତ୍ରା ବଢ଼ିବ ବୋଲି ଅନୁମାନ କରାଯାଉଛି ।ଗୁରୁବାର ରାତିରେ ପାରଦ ଅଚାନକ ଖସିଥିଲା । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ଅଚାନକ ଶୀତରେ ଥରୁଛି ସାରା ଜିଲ୍ଲା। ଝାରସୁଗୁଡ଼ାରେ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସକୁ ଖସିଯାଇଥିଲା। ସୁନ୍ଦରଗଡ଼ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ି ୮.୫ ଥିଲା। ସେହିପରି ବଲାଙ୍ଗିର ୧୦, ଭବାନୀପାଟଣା ୧୦.୪, ବୌଦ୍ଧ ୧୦.୫, ସୋନପୁର ୧୦.୬ ଓ ସମ୍ବଲପୁର ୧୧, ଟିଟିଲାଗଡ଼ ୧୧ ଡିଗ୍ରୀ ରହିଥିଲା ।

Show More

Related Articles

Back to top button