ବଲିଉଡମନୋରଞ୍ଜନ

ବିବାହ ପରେ ହନିମୁନ୍‌ରେ ଯିବେନି କ୍ୟାଟ୍ରିନା ଓ ଭିକି !

କାମରୁ ନେବେନି ବ୍ରେକ୍ , ଫେରିବେ ଶୁଟିଂକୁ…

ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଶୁଣିବାକୁ ମିଳୁଛି ଯେ ତାଙ୍କ ପ୍ରେମିକ ଭିକି କୌଶଲଙ୍କ ହାତ ଧରିବେ କ୍ୟାଟ୍ରିନା। ଏନେଇ ବି-ଟାଉନ୍‌ରେ ମଧ୍ୟ ଖୁବ୍‌ ହଇଚଇ ସୃଷ୍ଟି ହୋଇଛି । କୁହାଯାଉଛି କି ବିବାହର ସବୁ ପ୍ଲାନିଂ ମଧ୍ୟ ଶେଷ ହୋଇଛି । ବିବାହ ସ୍ଥାନ, ଅତିଥିଙ୍କଠାରୁ ଆରମ୍ଭ କରି ପୋଷାକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଶୁଣିବାକୁ ମିଳିଛି ଯେ ଭିକି-କ୍ୟାଟ୍ରିନା ବିବାହ ପରେ ବ୍ରେକ୍‌ ନେବେ ନାହିଁ । କାରଣ ସେମାନେ ବର୍ତ୍ତମାନ ହନିମୁନ୍‌ରେ ଯିବେ ବୋଲି କୁହାଯାଉଥିଲା। ହେଲେ ଏବେ ଓଲଟା ଖବର ଶୁଣିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭିକି-କ୍ୟାଟ୍ରିନା ବିବାହ ପରେ ହନିମୁନରେ ଯିବେ ନାହିଁ। ସେମାନେ ନିଜ ନିଜ ଫିଲ୍ମର ଶୁଟିଂ ପୂର୍ବଭଳି କରିବାକୁ ଚାହାନ୍ତି। ଏଥିପାଇଁ ଅଯଥା ସମୟ ଅପଚୟ କରିବାକୁ ସେମାନେ ଚାହୁଁ ନାହାନ୍ତି। କ୍ୟାଟ୍ରିନା ବିବାହ ପରେ ‘ଟାଇଗର-୩’ର ଶୁଟିଂକୁ ଫେରିବେ। ଏହାଛଡ଼ା ସେ ଶ୍ରୀରାମ ରାଘବନଙ୍କ ଫିଲ୍ମର ଶୁଟିଂ ବି ଆରମ୍ଭ କରିବେ। ବିବାହ ପରେ ଡିସେମ୍ବରଠାରୁ ସେ ଏହା କରିବେ ବୋଲି ଶୁଣିବାକୁ ମିଳୁଛି । ସେହିଭଳି ଭିକି ମଧ୍ୟ ଫିଲ୍ଡ ମାର୍ଶଲ ସାମ ମାନେଶଶୋଙ୍କ ବାୟୋପିକରେ ମଧ୍ୟ ନଜର ଆସିବେ। ଏହାର ଶୁଟିଂ ସେ ବିବାହ ପରେ କରିବେ ବୋଲି କୁହାଯାଉଛି । ତେବେ ଏହା ଦେଖିବାକୁ ବାକି ରହିଲା ଯେ ଯାହା ଶୁଣିବାକୁ ମିଳୁଛି ତାହା କେତେ ଦୁରରୁ ସତ ହେଉଛି ।

Show More

Related Articles

Back to top button