ଓଡ଼ିଶାମୁଖ୍ୟ ଖବରରାଜନୀତି

ରାତି ପାହିଲେ ପିପିଲି ଭୋଟ୍

ପହଞ୍ଚିଲେଣି ପୋଲିଂ ପାର୍ଟି, ପ୍ରତି ବୁଥ୍‌ରେ ଭୋଟ୍ ଦେବେ ହଜାରେ ଭୋଟର୍

ରାତି ପାହିଲେ ପିପିଲି ଭୋଟ। ଅଧିକାଂଶ ବୁଥରେ ପହଞ୍ଚି ଗଲେଣି ପୋଲିଂ ପାର୍ଟି। କୋଭିଡ କଟକଣା ସାମାଜିକ ଦୂରତା ରଖି ମତଦାନ ହେବ। ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଉପନିର୍ବାଚନ ପାଇଁ ୩୪୮ଟି ପୋଲିଂ ବୁଥ୍ କରାଯାଇଛି। ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପୁରୀ ପେଣ୍ଠକଟା ୱେୟାର ହାଉସରୁ ୩ ପର୍ଯ୍ୟାୟରେ ପୋଲିଂ ପାର୍ଟି ପିପିଲିର ବିଭିନ୍ନ ମତଦାନ କେନ୍ଦ୍ରରେ ପହଁଚିଛନ୍ତି। ତେବେ ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ୧୭୫ଟି ବୁଥରେ ୱେବ୍ କାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ। ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ବୈଷୟିକ ତ୍ରୁଟି ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ ରହିବେ। ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେଇ ପାରିବେ। ମତଦାତା ମାନେ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଆଇକର୍ଡ଼ ଦେଖାଇ ମତଦାନ କରିପାରିବେ। ଯେଉଁମାନଙ୍କର ଆଇ କାର୍ଡ ନଥିବ ସେମାନେ ଡିଏଲ, ଆଧାର, ପାସବୁକ ଭଳି ୧୧ଟି ଅନ୍ୟ ଆଇଡି ଦେଖାଇ ଭୋଟ ଦେଇ ପାରିବେ।

ତେବେ ଭୋଟ ସମୟରେ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଯେଉଁମାନଙ୍କର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ। ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ। ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଭିନ୍ନକ୍ଷମଙ୍କୁ ଗାଡ଼ିରେ ବୁଥ୍ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା ହୋଇଛି। ପ୍ରତି ପୋଲିଂ ବୁଥ୍ ରେ ଅଙ୍ଗନବାଡ଼ି, କର୍ମୀ ଆଶା କର୍ମୀ ରହିବେ। ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚେୟାରରେ ମତଦାନର ବ୍ୟବସ୍ଥା କରାଯାଇଛି।ଶାନ୍ତି ଶୃଖଳା ରକ୍ଷା କରିବା ପାଇଁ ଭୋଟ ପୂର୍ବରୁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ସେପଟେ ୩ ଜଣ ଜୋନାଲ ସେକ୍ଟର ଅଫିସର , ୨୧ ଜଣ ସେକ୍ଟର ଅଫିସର , ୩ ଟି ଟିମ୍ FST , ୩ଟି ଟିମ୍ SST, ୬ ପ୍ଲାଟୁନ BSF ଯବାନଙ୍କ କଡ଼ା ସୁରକ୍ଷା ବଳୟରେ ରହିବ ମତଦାନ କେନ୍ଦ୍ର।

Show More

Related Articles

Back to top button