
ଭାରତର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସିର ଆଇପିଓ ପରେ ସରକାର ନିଜର ଆଉ ଏକ ବୀମା କମ୍ପାନୀର ଘରୋଇକରଣ କରିପାରିନ୍ତି। ମିଣ୍ଟର ଏନେଇ ଏକ ରିପୋର୍ଟ ପ୍ରକାଶତ ହୋଇଛି। ରିପୋର୍ଟ ଅନୁସାରେ ସରକାର ନିଜର ୩ ସାଧାରଣ ବୀମା କମ୍ପାନୀ, ନ୍ୟାସନାଲ ଇନସ୍ୟୁରାନ୍ସ କୋ, ୟୁନାଇଟେଡ୍ ଇନସ୍ୟୁରାନ୍ସ କୋ ଏବଂ ଓରିଣ୍ଟେଲ ଇଣ୍ଡିଆ ଇନସ୍ୟୁରାନ୍ସ ମଧ୍ୟରୁ ଗୋଟିଏକୁ ଘରୋଇ ହାତକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମିଣ୍ଟର ରିପୋର୍ଟ ଅନୁସାରେ ଏହି କମ୍ପାନୀ ଗୁଡିକର ପ୍ରଥମ ତ୍ରୟମାସିକ ପରିମାଣ ଆସିବା ପରେ କାହାକୁ ବିକ୍ରି କରାଯିବା ସେ ନିଷ୍ପତ୍ତି ନିଆଯିବ।
ଏହାସହ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ସେହି ସମୟ ସୁଦ୍ଧା ସେୟାର ବାଜରରେ ଏଲଆଇସିର ଲିଷ୍ଟିଂ ଶେଷ ହୋଇସାରିଥିବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସକୁ ୧୪୮୫ କୋଟିର କ୍ଷତି ହୋଇଥିଲା, କିନ୍ତୁ ଭିନ୍ନ ଭିନ୍ନ ବୀମା ବିଭାଗରେ ବଜାରରେ ବ୍ୟାପକ ଉପସ୍ଥିତି ଏବଂ ସାରା ଦେଶରେ ଭଲ ଉପସ୍ଥିତିକୁ ଦେଖିଲେ ୟୁନାଇଟେଡ୍ ଇନସ୍ୟୁରାନ୍ସ କୋ ର ଘରୋଇକରଣ ହୋଇପାରେ। ତେବେ କେଉଁ କମ୍ପାନୀର ଘରୋଇକରଣ ପାଇଁ ସୁପରିସ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।