ଦେଶ ବିଦେଶମୁଖ୍ୟ ଖବର

ଟିକା ନେବା ପରେ ୩୦ ଜଣଙ୍କ ମୁଣ୍ଡରେ ବାନ୍ଧିଲା ରକ୍ତ ଜମାଟ, ୭ ମୃତ

ଟିକା ନେବା ପରେ ପ୍ରାଣ ହରାଇଲେ ୭ ବ୍ରିଟେନ ନାଗରିକ । ବ୍ରିଟେନରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କଂପାନି ଦ୍ୱାରା ପ୍ରସ୍ତୁତ କୋଭସିଲ୍ଡ ଟିକା ନେବା ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି

ସେଠାକାର ମେଡିସିନ୍ସ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନ୍ସି ଶନିବାର ଏନେଇ ଘୋଷଣା କରିଛି ।ଏଜେନ୍ସିର କହିବାନୁସାରେ, ଦେଶରେ ଯେତିକି ଲୋକଙ୍କୁ ଏହି ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ୩୦ ଜଣଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ସେମାନଙ୍କ ଭିତରୁ ୭ ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଲାଣି ।

ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ଆସିବା ପରେ ୟୁରୋପର ଅନେକ ଦେଶରେ ଏହି ଟିକାର ଉପଯୋଗ ଉପରେ ବ୍ୟାନ୍‌ ଲଗାଯାଇଛି । ନେଦରଲ୍ୟାଣ୍ଡ ଶୁକ୍ରବାର ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ ନାହିଁ ବୋଲି ଘୋଷଣା କରିଛି । ଭାରତ ସରକାର କିନ୍ତୁ କୋଭିସିଲ୍ଡ ଟିକାକୁ ନିରାପଦ ବୋଲି ଦର୍ଶାଇଛନ୍ତି ଏବଂ ଏହାର ବ୍ୟବହାର ଜାରି ରଖିଛନ୍ତି ।

Show More

Related Articles

Back to top button