Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ବିମାନରେ ପକ୍ଷୀ ମାଡ଼ ହେବା ପରେ ସମସ୍ତ ବିମାନବନ୍ଦର ପାଇଁ ଗାଇଡ୍‌ଲାଇନ୍ ଜାରି କଲା ଡିଜିସିଏ

ସୁରଟରେ ଦୈନିକ ତିଆରି ହେଉଛି ୨୫ ଲକ୍ଷ ତ୍ରିରଙ୍ଗାନିକଟରେ ଏକ ବିମାନରେ ପକ୍ଷୀ ପିଟି ହୋଇଯିବା ଘଟଣାରେ ସତର୍କତା ଅବଲମ୍ବନ କରି ସମସ୍ତ ବିମାନବନ୍ଦର ପାଇଁ ଗାଇଡ୍‌ଲାଇନ ଜାରି କଲା ବେସାମରିକ ବିମାନ ଚଳାଚଳା ନିର୍ଦ୍ଦେଶାଳୟ ବା ଡିଜିସିଏ।

ସମ୍ଭାବ୍ୟ ବନ୍ୟାଜନ୍ତୁ ବିପଦରୁ ଉତ୍ତମ ସୁରକ୍ଷା ଦିଗରେ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌ରେ ନିୟମିତ ପେଟ୍ରୋଲିଂ କରିବା ଓ ଯଦି କୌଣସି ବନ୍ୟଜନ୍ତୁ ଗିତିବିଧିର ସୂଚନା ମିଳିଲା ତେବେ ତୁରନ୍ତ ପାଇଲଟକୁ ସୂଚନା ଦେବା ଆଦି ନିର୍ଦ୍ଦେଶାବଳୀରେ ରହିଛି। ବିଶେଷ କରି ମୌସୁମୀ ସମୟରେ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏହା ବାଦ ଏହି ନିର୍ଦ୍ଦେଶାବଳୀକୁ ପାଳନ କରାଗଲା କି ନାହିଁ ସେ ନେଇ ମାସିକିଆ ରିପୋର୍ଟ ଦେବାକୁ ଗାଇଡ୍‌ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି…

୧. ବିମାନବନ୍ଦରଗୁଡ଼ିକ ବନ୍ୟଜନ୍ତୁ ବିପଦପ୍ରବଣ ଏରିଆକୁ ଚିହ୍ନଟ କରି ବିମାନ ପାଇଁ ବିପଦ ପଥର ମୂଲ୍ୟାଙ୍କନ କରିବା ଦରିବେ।

୨. ବିମାନବନ୍ଦରଗୁଡ଼ିକ ବନ୍ୟଜନ୍ତୁମାନଙ୍କର ଗତିବିଧିକୁ ଉପରେ ନଜର ରଖିବା ଓ ଏହାକୁ ରେକର୍ଡ କରିବା ରଖିବା ପାଇଁ ବ୍ୟବସ୍ଥା କରିବେ।

୩. ବିମାନବନ୍ଦରଗୁଡ଼ିକ ବନ୍ୟଜନ୍ତୁଙ୍କର ଗିତିବଧି ସମ୍ପର୍କରେ ଓ ବିମାନବନ୍ଦରରେ ବନ୍ୟଜନ୍ତୁ ଦ୍ୱାରା ସମ୍ଭାବ୍ୟ ବିପଦ ବିଷୟରେ ପାଇଲଟଙ୍କୁ ସୂଚିତ କରିବାର ବ୍ୟବସ୍ଥା ରିହାବ ଦରକାର।

୪. ନିୟମିତ ରୁଟ ବଦଳରେ ରେଣ୍ଡମ ପାଟର୍ଣ୍ଣରେ ପେଟ୍ରୋଲିଂ କରାଯିବା ଉଚିତ।
୫.ବନ୍ୟଜନ୍ତୁ ପରିଚାଳନା କାର୍ଯ୍ୟା ଠିକ୍ ଭାବେ କରାଯାଉଛି କି ନା ସେ ନେଇ ସୂଚନା ଦେବେ।

ନିକଟରେ ଗୋ ଫାଷ୍ଟ ବିମାନ ଅହମଦାବାଦରୁ ଫେରି ଛତିଶଗଡ଼ ଯାଉଥିବା ବେଳେ ହଠାତ ବିମାନରେ ପକ୍ଷୀ ମାଡ଼ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ହୋଇଥିଲା। ତେବେ ଭାରତୀୟ ବିମାନ ସେବା ପାଇଁ ଏହା ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ଏଭଳି ବିମାନର କାଚରେ ପକ୍ଷୀ ମାଡ଼ ହୋଇଛି। ଏଣୁ ଆଗକୁ ଯେମିତି ଏଭଳି ଘଟି କୌଣସି ବଡ଼ ଦୁର୍ଘଟଣା ନ ଘଟୁ ଏଥିପାଇଁ ଡିଜିସିଏ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

Show More

Related Articles

Back to top button