Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଘାଟିରେ ‘୧୮ ମାସ’ ପରେ 4G ସେବା

ଜମ୍ମୁ-କାଶ୍ମୀରରେ ଦୀର୍ଘ ୧୮ ମାସ ପରେ 4G ସେବା ଉପଲବ୍ଧ ହୋଇଛି ।  ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ  ।

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ଦୀର୍ଘ ୧୮ ମାସ ପରେ 4G ସେବା ଉପଲବ୍ଧ ହୋଇଛି ।  ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ  । ସୂଚନା ଅନୁସାରେ, ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ପ୍ରତ୍ୟାହାରର କିଛି ସମୟ ପୂର୍ବରୁ ରାଜ୍ୟରେ ଏହି ଇଣ୍ଟରନେଟ୍‌ ସେବା ପ୍ରତ୍ୟାହାର ହୋଇଥିଲା । ତା ପରଠାରୁ ଜମ୍ମୁ-କାଶ୍ମୀରରେ ଏହି ସେବା ଉପଲବ୍ଧ ନଥିଲା । ଅନେକ ଦାବି ପରେ କେନ୍ଦ୍ର ସରକାର ୨୫ ଜାନୁୟାରୀ ୨୦୨୦ରେ ରାଜ୍ୟକୁ ଇଣ୍ଟରନେଟ୍‌ ସେବା ଦେଇଥିଲେ । ତେବେ ଏହା ଟୁ-ଜି ସେବା ହୋଇଥିବା ଯୋଗୁ ଲୋକଙ୍କ କାମରେ ଆସୁନଥିଲା । ପରେ ୧୬ ଅଗଷ୍ଟ ୨୦୨୦ରେ ପ୍ରଥମେ ଗଣ୍ଡରବଲ ଓ ପରେ ଉଦ୍ଦାମପୁରରେ ହାଇସ୍ପିଡ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଥିଲା ।

Show More

Related Articles

Back to top button