Breaking PLUSଅପରାଧସେଲିବ୍ରିଟି

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ହତ୍ୟା ଧମକ

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ମିଳିଛି ହତ୍ୟା ଧମକ। କେହି ଦୁର୍ବୃତ୍ତ ଚିଠି ଲେଖି ଅଭିନେତ୍ରୀ ସ୍ୱରାଙ୍କୁ ମାରିବା ପାଇଁ ଧମକ ଦେଇଛି। ଏହି ଚିଠି ମିଳିବା ପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି। ପୁଲିସ୍‌ର କହିବା ଅନୁଯାୟୀ, ଏହି ହତ୍ୟା ଧମକ ଭରା ଚିଠି ଭରସୋଭାରେ ଥିବା ସ୍ୱରାଙ୍କ ଘରକୁ ପଠାଯାଇଥିଲା। ଚିଠି ମିଳିବା ପରେ ସେ ଦୁଇ ଦିନ ତଳେ ଭରସୋଭା ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଚିଠିକୁ ସେ ପୁଲିସ୍‌କୁ ଦେବା ସହ ବିଧିବଦ୍ଧ ଭାବେ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ହିନ୍ଦୀରେ ଆସିଥିବା ଚିଠିରେ ଲେଖାଯାଇଛି ଯେ ଦେଶର ଯୁବପିଢ଼ି କେବେ ହେଲେ ବୀର ସବରକରଙ୍କ ଅପମାନକୁ ସହ୍ୟ କରିପାରିବେ ନାହିଁ। ସ୍ୱରା ସବରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳିଛି। ଚିଠିରେ କୁହାଯାଇଛି ଯେ ସ୍ୱରା ଭାସ୍କର ବୀର ସବରକରଙ୍କୁ ଅପମାନିତ କରିବା ବନ୍ଦ କରୁନ୍ତୁ ଓ କେବଳ ନିଜ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତୁ। ଚିଠି ପଠାଇଥିବା ଲୋକ ନିଜ ନାଁ ଲେଖିନି। ହେଲେ ସେ ନିଜକୁ ଦେଶର ଜଣେ ଯୁବକ ଭାବେ ଚିଠିରେ କହିଛି। ସେ ସ୍ୱରାଙ୍କ ଉଦ୍ଦେଶ୍ୟରେ ଆହୁରି କହିଛି ଯେ “ନିଜର ଭାଷାର ମର୍ଯ୍ୟାଦା ରଖନ୍ତୁ। ବୀର ସବରକରଙ୍କ ଅପମାନ ସହ୍ୟ କରାଯିବନି। ନିଜେ ନିଜର ଫିଲ୍ମ ତିଆରି କର। ନହେଲେ ଶବ ଉଠିବ।”

Show More

Related Articles

Back to top button