Breaking PLUSସେଲିବ୍ରିଟି
କରୋନାରେ ଆକ୍ରାନ୍ତ ହେଲେ କମଲ୍ ହାସନ

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାଉଥ ଅଭିନେତାରୁ ରାଜନେତା ପାଲଟିଥିବା କମଲ୍ ହାସନ । ନିକଟରେ ଆମେରିକାରୁ ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏନେଇ ସେ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଅଭିନେତା ତଥା ନେତା କମଲ ହାସନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ଆମେରିକାରୁ ଫେରିବା ପରେ ତାଙ୍କୁ ଅଳ୍ପ କାଶ ହେଉଥିଲା ।
ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ କମଲଙ୍କ ଟିମ୍ ସୂଚନା ଦେଇଛନ୍ତି । ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଆଇସୋଲେସନ୍ରେ ଅଛନ୍ତି ।