
ଚିଲିକାରେ ସରକାରୀ ନିୟମର ଉଡୁଛି ଧଜିଆ। ବାରମ୍ବାର ଚିଲିକାରେ ଦୁର୍ଘଟଣା ଘଟୁଥିଲେ ବି ଚେତୁନି ପ୍ରଶାସନ। ସବୁ କଟକଣାକୁ ଦଳିଚକଟି ଦେଲେ କୃଷ୍ଣପ୍ରସାଦ ବିଡିଓ ଓ ସାତପଡା ବନବିଭାଗ। ବିନା ଲାଇଫ୍ ଜ୍ୟାକେଟରେ ବେଫିକର ଭାବରେ ଚିଲିକାରେ ଯାତ୍ରା କରୁଛନ୍ତି ସରକାରୀ ଅଧିକାରୀ। ବିନା ଲାଇଫ୍ ଜ୍ୟାକେଟ୍ ରେ ଅକାତକାତ ପାଣିରେ ଯାତ୍ରା କରୁଛନ୍ତି କୃଷ୍ଣପ୍ରସାଦ ବିଡିଓଙ୍କ ସହ କର୍ମଚାରୀ ଏବଂ ସାତପଡା ବନବିଭାଗର ବରିଷ୍ଠ ଅଧିକାରୀ ମାନେ। ପ୍ରଶ୍ନ ଉଠୁଛି ସରକାରୀ ନିୟମକୁ କାର୍ଯ୍ୟକାରୀ କରିବାକୁ ଥିବା ବରିଷ୍ଠ ଅଧିକାରୀ ଯଦି ଏଭଳି ଜଳ ଯାତ୍ରା କରିବେ ତେବେ ସାଧାରଣ ଲୋକଙ୍କୁ ସଚେତନ କରିବ କିଏ? ବାରମ୍ୱାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି।