Breaking PLUS

ଛତିଶଗଡ ଜଶପୁର ଜିଲ୍ଲାରେ ଅଭାବନୀୟ ଘଟଣା

ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ମାଡିଗଲା କାର, ୪ମୃତ, ୨୦ରୁ ଅଧିକ ଆହତ

ଛତିଶଗଡ ଜଶପୁର ଜିଲ୍ଲାରେ ଅଭାବନୀୟ ଘଟଣା । ମାତା ଦୁର୍ଗାଙ୍କ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ମାଡିଗଲା କାର । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି କୁହାଯାଇଛି । ଏଭଳି ଦୁର୍ଘଟଣା ଘଟାଇ କାରଟି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତାକୁ ପିଛାକରି ଧରିଛନ୍ତି । ଉତ୍ୟକ୍ତ ଲୋକମାନେ ଗାଡି ଚାଳକକୁ ପ୍ରବଳ ପିଟିବା ସହ କାରରେ ନିଆଁ ଲଗାଇ ଦେଇଛନ୍ତି ।

ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତ ବବଲୁ ବିଶ୍ୱକର୍ମା ଓ ଶିଶୁପାଳ ସାହୁ ନାମକ ଦୁଇ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଉଭୟ ଅଭିଯୁକ୍ତ ମଧ୍ୟପ୍ରଦେଶ ସିଙ୍ଗ୍ରୋଲି ଜିଲ୍ଲାର ବୋଲି ଜଣାପଡିଛି । ଘଟଣା ଘଟାଇ ଉଭୟ ଅଭିଯୁକ୍ତ ଗାଡି ଛାଡି ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଗିରଫ କରିଛି ପୋଲିସ । ଛତିଶଗଡ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି ଏହା ଏକ ହୃଦୟ ବିଦାରକ ଘଟଣା । ସେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button