Breaking PLUS

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ପୋର୍ଟାଲ

ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ପୋର୍ଟାଲ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ନେଣଦେଣ କରୁଛନ୍ତି । ତେଣୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ଏମଆଇଏସ ପୋର୍ଟାଲ ସୃଷ୍ଟି କରିବାକୁ ସବୁ ବ୍ୟାଙ୍କକୁ ଅର୍ଥ ବିଭାଗ ପକ୍ଷରୁ ନର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ସଦସ୍ୟଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ଓଡ଼ିଶା ସମବାୟ ବ୍ୟାଙ୍କକୁ ଛାଡ଼ି ଅନ୍ୟ ସବୁ ବ୍ୟାଙ୍କ ସ୍ୱତନ୍ତ୍ର ଏମଆଇଏସ ପୋର୍ଟାଲ କାର୍ଯ୍ୟକ୍ରମ କରିବା ଲାଗି ସରକାରଙ୍କ ସହ ସହବନ୍ଧିତା ହୋଇଛି ।

Show More

Related Articles

Back to top button