ଦେଶ ବିଦେଶମୁଖ୍ୟ ଖବର

ଆବାସିକ ସ୍କୁଲରେ ୪୫ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ କରୋନା ସଂକ୍ରମିତ

କରୋନା ସଂକ୍ରମଣ କମିବା ପରେ ଏବେ ଧୀରେ ଧୀରେ ସ୍କୁଲ ଖୋଲୁଛି । କିନ୍ତୁ ସ୍କୁଲ ଅଧିକାଂଶ ସ୍କୁଲରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ୪୫ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସଙ୍ଗାରେଡ୍ଡି ଜିଲ୍ଲାର ମୁଥାଙ୍ଗି ଗାଁରେ ଥିବା ମହାତ୍ମା ଜ୍ୟୋତିବା ଫୁଲେ ଗୁରୁକୁଳ ସ୍କୁଲରେ ଏହି ଅଘଟଣ ଘଟିଛି । ଖବର ଅନୁଯାୟୀ, ତିନି ଦିନ ପୂର୍ବେ ସ୍କୁଲର ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ନିକଟରେ କୋଭିଡ୍‌ର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା । ତେଣୁ ସ୍କୁଲ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କର କୋଭିଡ୍‌ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସ୍କୁଲରେ ମୋଟ ୪୯୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୧ ଜଣଙ୍କର ରବିବାର କରୋନା ପରୀକ୍ଷା କରାଯାଇଥିଲା । ଏହାପରେ ୪୫ ଜଣ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଯେଉଁ ଛାତ୍ରଛାତ୍ରୀମାନେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସ୍କୁଲ ପରିସରରେ ଥିବା ହଷ୍ଟେଲରେ ଆଇସୋଲେସନ୍‌ରେ ରଖାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେହିପରି ସେମାନଙ୍କର ନମୂନାକୁ ଜେନୋମ୍‌ ସିକ୍ୱେନ୍ସିଂ ପାଇଁ ହାଇଦ୍ରାବାଦ ପଠାଯାଇଛି । ସଂଖ୍ୟା ଆହୁରୀ ବଢ଼ିବା ନେଇ ଆଶଙ୍କ କରାଯାଉଛି।

Show More

Related Articles

Back to top button