Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଠଗଡ ଅଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା

ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । କଟକ ଜିଲ୍ଲା ଆଠଗଡରେ ମଧ୍ୟ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଠଗଡ ଅଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି

ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । କଟକ ଜିଲ୍ଲା ଆଠଗଡରେ ମଧ୍ୟ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଠଗଡ ଅଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଠଗଡ ବ୍ୟବସାୟୀ ସଂଘ ପକ୍ଷରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ଓ ବୁଧବାରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏହା ସହ ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବଜାର ସମୟରେ ମଧ୍ୟ କଟକଣା ଜାରି ରହିବ । ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଆଠଗଡ ଅଞ୍ଚଳର ୫ ବଜାର କମିଟି ନିଷ୍ପତ୍ତି ନେଇଛି ।

Show More

Related Articles

Back to top button