ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡିଲା ଚାଉଳ ବୋଝେଇ ଟ୍ରକ୍

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡିଲା ଚାଉଳ ବୋଝେଇ ଟ୍ରକ୍ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ର ଧର୍ମଶାଳା ଥାନା ଅଧୀନ ଶଙ୍ଖାରିଡିହ ଠାରେ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିବାବେଳେ ଟ୍ରକଟି ସମ୍ପୂର୍ଣ ରୂପେ ଭାଙ୍ଗିଯାଇଛି । ଖବର ପାଇ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ , କୋଲକାତାରୁ ଚାଉଳ ବୋଝେଇ କରି ଏକ ଟ୍ରକଟି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟି ଟ୍ରକଟି ଓଭରବ୍ରିଜରୁ ତଳକୁ ଖସି ପଡିଛି । ଟ୍ରକରେ ମୋଟ ୨୫ ଟନ ଚାଉଳ ଯାଉଥିବା ବେଳେ ଚାଉଳ ବସ୍ତା ରାସ୍ତା ଉପରେ ପଡି ରହିଛି ।

 

Show More

Related Articles

Back to top button