କୋରାପୁଟ : ତିନି ବର୍ଷର ପୁତ୍ର ସନ୍ତାନର ଗଳା କାଟି ହତ୍ୟା କଲା ମାଆ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟରେ ସଦର ଥାନା ପଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ।
ସୂଚନା ଅନୁଯାୟୀ, ଗତକାଲି ଚୈତ୍ର ପର୍ବ ସମୟରେ ସ୍ଵାମୀ ଗଙ୍ଗା ମୁଦୁଲି ଓ ସ୍ତ୍ରୀ ଫୁଲମତି ମୁଦୁଲିଙ୍କ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଝଗଡ଼ା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ପାରିବାରିକ କୋଳହକୁ ନେଇ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରାଯାଇଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ହୋଇଛି ସେ ନେଇ କିଛି ଜଣାପଡ଼ିନାହିଁ । ଏ ସମସ୍ତ ଦିଗକୁ ନେଇ ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଯୁକ୍ତ ମାଆ ଫୁଲମତି ମୁଦୁଲିକୁ ପୋଲିସ ହାଜତରେ ରଖାଯାଇଛି ଏବଂ ସ୍ବାମୀଙ୍କୁ ପଚରା ଉଚରା ଚାଲିଛି ତେବେ ଦୁହେଁ ଏବେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସୂଚନା ଦେଇଛି।