Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।

କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଏହି ଅଭିଯାନ ତିନି ମାସ ଯାଏ ଚାଲିବ । ଅର୍ଥାତ ଅଗଷ୍ଟ ୨୩ ତାରିଖ ଯାଏ ଡୋର୍ ଟୁ ଡୋର୍ ସର୍ଭେ କରାଯିବ ।

ଏହି ସମୟରେ ଲୋକଙ୍କର ଜ୍ୱର ପରୀକ୍ଷା ସହ କୋଭିଡ୍ ରୋଗୀ ଚିହ୍ନଟ, ଘରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଔଷଧ ପ୍ରଦାନ କରିବେ ଅଙ୍ଗନବାଡି ଓ ଆଶା କର୍ମୀ । ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର ବି କରାଇବେ । ସଠିକ ସମୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାରେ ସେମାନେ ସହାୟତା ବି କରିବେ । ଏଥିସହ କୋଭିଡ୍ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରାଇବେ ଅଙ୍ଗନବାଡି ଓ ଆଶା କର୍ମୀ ।

ଏହା ବ୍ୟତୀତ ଡାଇବେଟିସ୍, ରକ୍ତଚାପ, କ୍ୟାନସର, ତରଳ ଝାଡ଼ା, ଯକ୍ଷ୍ମା, ମ୍ୟାଲେରିଆ ରୋଗ ସହ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟାର ଯାଞ୍ଚ ତଥା ନିୟମିତ ଚିକିତ୍ସାରେ ସହାୟତା କରିବେ ଅଙ୍ଗନବାଡି ଓ ଆଶା କର୍ମୀ । ଏଥିପାଇଁ ସେମାନଙ୍କୁ ମାସିକ ସହାୟତା ରାଥି ପ୍ରଦାନ କରିବେ ସରକାର । ଆବଶ୍ୟକ ସାମଗ୍ରୀ କିଣିବାକୁ ଏକକାଳୀନ ୧୦ ହଜାର ଟଙ୍କା ବି ପ୍ରଦାନ କରାଯାଇଛି ।

Show More

Related Articles

Back to top button