Breaking PLUSଓଡ଼ିଶାମୁଖ୍ୟ ଖବର

ସମୁଦ୍ରରୁ ୨ରୁ ୪ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର – ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ ।

ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ ।

୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ । ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢିବ, ୮୦ କିମି ଛୁଇଁପାରେ ।

ଏହାରି ଭିତରେ ବାତ୍ୟା ୟଶ ପ୍ରଭାବରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଆସିବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଜୁଆର ଆସିବା ସମ୍ଭାବନା ରହିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସମ୍ପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Show More

Related Articles

Back to top button