ଓଡ଼ିଶା

ମିଜୋରାମରେ ଭୁଶୁଡ଼ିଲା ପଥର ଖଣି,ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା

ମିଜୋରାମରେ ଅଘଟଣ । ସୋମବାର ମିଜୋରାମରଠାରେ ଭୁଶୁଡିଲା ନହଥିଆଲରେ ଥିବା ଏକ ପଥର ଖଣି । ଏହି ଅଘଟଣରେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।

ମିଳିଥିବା ସୂଚନା ଅନୁଯାୟୀ,ସୋମବାର ନହଥିଆଲ ଜିଲାର ମାଦରାହଠାରେ ଥିବା ଏବିସିଆଇ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡଠାରେ କାମ କରୁଥିବା ଶ୍ରମିକମାନେ, ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ ପଥର ଖଣିଟି ଭୁଶୁଡି ପଡିଥିଲା।ଯାହା ଫଳରେ ଡ୍ରିଲିଂ ମେଶିନ ଖଣିରେ ପୋତି ହୋଇଯାଇଥିଲାବେଳେ ୧୦ରୁ ଅଧିକ କର୍ମଚାରୀ  ମାଟିତଳେ ଫଶିଥିବା ଆଶଙ୍କା କରାଯାଉଛି ।

ନିକଟସ୍ଥ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ବିଏସ୍‌ଏଫ୍‌ ଏବଂ ଆସାମ ରାଇଫଲ୍ସ ନିୟୋଜିତ ରହିଛନ୍ତି ।

 

Show More

Related Articles

Back to top button