ଓଡ଼ିଶା

ଭାରସାମ୍ୟ ହରାଇ ଉତ୍ତରାଖଣ୍ଡ ସିତାରଗଞ୍ଜରେ ଓଲଟିଲା ସ୍କୁଲବସ

ଭାରସାମ୍ୟ ହରାଇ ଉତ୍ତରାଖଣ୍ଡ ସିତାରଗଞ୍ଜରେ ଓଲଟିଲା ସ୍କୁଲବସ । ଫଳରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ବସରେ ୫୦ରୁ ଊର୍ଦ୍ଦ୍ୱ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ଷ୍ଟାଫ ଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ ବସ ଭିତରୁ ଛାତ୍ରଛାତ୍ରୀଙ୍କୁ ବାହାର କରି ଗୁରୁତର ଆହତଙ୍କୁ ଉଦ୍ଧାର ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶିତ ରିପୋେର୍ଟ ମୁତାବକ, ଶିଶୁ ଦିବସ ଅବସରରେ ନାନକମତ୍ତା ଗୁରୁଦ୍ବାରକୁ ବୁଲିବାକୁ ଯାଉଥିବା ସମୟରେ ଏହି ବସ ସିତାରଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପ୍ରଶାସନ ଓ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଦୁର୍ଘଟଣା ସମ୍ପର୍କରେ ଟୁଇଟ କରି ସୂଚନା ଦେଇ କହିଛନ୍ତି, ନୟାଗାଁ ଭଟ୍ଟେରେ ବେଦରାମ ସ୍କୁଲ, କିଚ୍ଛାର ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖ ଖବର ପ୍ରାପ୍ତ ହୋଇଛି।

Show More

Related Articles

Back to top button