ଓଡ଼ିଶା
ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି, ଘୁଞ୍ଚିଲା ମାଟ୍ରିକ ଫର୍ମ ଫିଲପ୍ ଅବଧି
ଘୁଞ୍ଚିଲା ମାଟ୍ରିକ୍ ପରୀକ୍ଷା ଫର୍ମ ଫିଲପ୍ ଅବଧି। ୨୦୨୧ ମସିହା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୁରଣ ଅବଧି
୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୁରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ।ବୁଧବାର ଥିଲା ଫର୍ମ ପୁରଣର ଶେଷ ତାରିଖ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୧୦କୁ ଘଞ୍ଚିଛି।
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ। ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସ୍କୁଲ୍କୁ ଆସିବେ। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି। ସେପଟେ ମାଟ୍ରିକ୍ ପରୀକ୍ଷା ମେ’୩ରୁ ୧୫ ଯାଏ ହେବ ।