Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ଟି ଜିଲ୍ଲାରେ ରେକର୍ଡ ୨,୩୮,୪୫୨ ମେଟ୍ରିକ୍ ଟନ ଧାନସଂଗ୍ରହ କରାଯାଇଛି – ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ନଭେମ୍ୱର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟଆରମ୍ଭ ହୋଇଥିବାବେଳେ ଆଜି ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍ ଟନ ଧାନସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷ ଆଜିର ଦିନ ସୁଦ୍ଧା ଖରିଫ ଧାନସଂଗ୍ରହଠାରୁ ୮୫ ପ୍ରତିଶତ ଅଧିକ ବୋଲି ଜଣା ପଡ଼ିଛି । ଗତବର୍ଷ ଆଜିର ତାରିଖ ସୁଦ୍ଧା ୧ ଲକ୍ଷ ୨୯ ହଜାର ୫୨ ମେଟ୍ରିକ୍ ଟନ ଧାନସଂଗ୍ରହ ହୋଇଥିଲା ।

ନଭେମ୍ୱର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟଆରମ୍ଭ ହୋଇଥିବାବେଳେ ଆଜି ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍ ଟନ ଧାନସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷ ଆଜିର ଦିନ ସୁଦ୍ଧା ଖରିଫ ଧାନସଂଗ୍ରହଠାରୁ ୮୫ ପ୍ରତିଶତ ଅଧିକ ବୋଲି ଜଣା ପଡ଼ିଛି । ଗତବର୍ଷ ଆଜିର ତାରିଖ ସୁଦ୍ଧା ୧ ଲକ୍ଷ ୨୯ ହଜାର ୫୨ ମେଟ୍ରିକ୍ ଟନ ଧାନସଂଗ୍ରହ ହୋଇଥିଲା ।

ଅଧକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧,୪୨,୧୨୨ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି । ବରଗଡ଼ରେ ଗତବର୍ଷ ଆଜି ତାରିଖରେ ୬୯,୩୮୦ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୧୦୫ ପ୍ରତିଶତ ଅଧକ ଧାନସଂଗ୍ରହ ହୋଇଛି । ସେହପରି କଳାହାଣ୍ଡିରେ ଗତବର୍ଷ ଆଜି ସୁଦ୍ଧା ୧୩,୧୨୭ ଟନ ଧାନ ସଂଗ୍ରହ ହୋଇଥିଲାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୨୮,୮୧୩ ଟନ ଧାନ ସଂଗ୍ରହ ହୋଇଛି ଯହାକି ଗତବର୍ଷ ତୁଳନାରେ ୧୧୯ ପ୍ରତିଶତ ଅଧକ । ସେହିପରି ନୂଆପଡ଼ା ଜିଲ୍ଲାରେ ଗତବର୍ଷ ତୁଳନାରେ ୧୫୪ ପ୍ରତିଶତ ଅଧକ ଧାନସଂଗ୍ରହ ହୋଇଛି । ଗତବର୍ଷ ଆଜି ତାରିଖରେ ୩୭୩୯ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ୯୫୦୫ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି । ସମ୍ୱଲପୁରରେ ଗତବର୍ଷ ଆଜି ସୁଦ୍ଧା ୧୭,୫୦୧ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ଧାନ ସଂଗ୍ରହରେ ୧୦୧ ପ୍ରତିଶତ ବୃଦ୍ଧି ପାଇ ୩୫,୧୦୩ ଟନରେ ପହଞ୍ଚିଛି । ଏଥି ସହିତ ସୁବର୍ଣ୍ଣପୁରରେ ୯୬୨୮ ମେଟ୍ରିକ୍ ଟନ୍‌, ବଲାଙ୍ଗୀରରେ ୭୭୧୯ ମେଟ୍ରିକ୍ ଟନ୍‌, କୋରାପୁଟରେ ୩୭୩୦ ମେଟ୍ରିକ୍ ଟନ୍‌ ଏବଂ ସୁନ୍ଦରଗଡ଼ରେ ୧୧୬୫ ଟନ ଧାନସଂଗ୍ରହ କରାଯଇଛି । ଆଜି ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାର ୩୫,୭୮୯ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି ।

ନାମ ପଂଜୀକୃତ ହୋଇଥିବା ଚାଷୀଙ୍କଠାରୁ ପିପାସ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଏହି ଖରିଫ ଧାନ ସଂଗ୍ରହ କରାଯାଉଛି । ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲଞ୍ଚନ ଓ ବ୍ୟବସ୍ଥିତ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନସଂଗ୍ରହ କରିବା ପାଇଁ କହିଛନ୍ତି।

Show More

Related Articles

Back to top button