ଓଡ଼ିଶା
ଅଜା ହେଲେ ମୁକେଶ ଅମ୍ବାନୀ,ଏନେଇ ପରିବାର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି

ଅଜା ହେଲେ ଶିଳ୍ପପତି ମୁକେଶ ଅମ୍ବାନୀ । ଗତକାଲି ତାଙ୍କ ଝିଅ ଇଶା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଫଳରେ ଏହି ଖୁସି ଦ୍ୱିଗୁଣିତ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ।
ସୂଚନାରେ ଅନୁଯାୟୀ, ୧୯ ନଭେମ୍ବର ୨୦୨୨ ରେ ଇଶା ଅମ୍ବାନୀ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି,ଏହି ଦୁଇ ଶିଶୁ ମଧ୍ୟରେ ରହିଛନ୍ତି ଏକ ପୁଅ ଏବଂ ଗୋଟିଏ ଝିଅ । ତେବେ ଏହି ଖୁସିକୁ ଲୋକଙ୍କ ସହ ବାଣ୍ଟିବା ପାଇଁ ଅମ୍ବାନୀ ପରିବାର ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।
ଆମ ପିଲାମାନେ ଇଶା ଏବଂ ଆନନ୍ଦଙ୍କୁ ୧୯ ନଭେମ୍ବର ୨୦୨୨ ରେ ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଇଶା ଏବଂ ପିଲାମାନେ, ଶିଶୁ କନ୍ୟା ଆଦିୟା ଏବଂ ଶିଶୁପୁତ୍ର କୃଷ୍ଣ ସୁସ୍ଥ ଅଛନ୍ତି। ସେମାନଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମେ ଆଦିୟା, କୃଷ୍ଣ, ଇଶା ଏବଂ ଆନନ୍ଦଙ୍କ ପାଇଁ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭେଚ୍ଛା ଆଶା କରୁଛୁ ବୋଲି ଏହି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।